ଜୁଆ ଚଢ଼ଉ, ୯ ଗିରଫ

Get real time updates directly on you device, subscribe now.

ବିଷମକଟକ,(ବି.ବି.ନୁ୍ୟଜ): ବିଷମକଟକ ଥାନା ଅଞ୍ଚଳରେ ପୁଲିସ୍ ପକ୍ଷରୁ ଜୁଆ ଆ‡ାରେ ଚଢଉ କରାଯାଇ ୯ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ସିଲା କିଷ୍ଣା ରାଓ, ନରେନ୍ଦ୍ର ବେହେରା, ରାଜ କିଶୋର ପାତ୍ର, ରୁଦ୍ରମୋହନ ପାଣିଗ୍ରାହୀ, ସଞ୍ଜୟ ଗୌଡ଼, ସତ୍ୟ ନାରାୟଣ ଦଳାଇ, ଦିଗାମ୍ବର ବରାଳ, ରାଧାକାନ୍ତ ଗୁରୁ ଓ ସୁଦର୍ଶନ ମହାଙ୍କୁଡ଼ । ସେମାନଙ୍କ ପାଖରୁ ୧୦ ହଜାର ୨୮୦ ଟଙ୍କା, ୫ଟି ମୋବାଇଲ ଜବତ କରାଯାଇଛି । ଏହି ସୂଚନା ଦେଇଛନ୍ତି ବିଷମକଟକ ଥାନା ଅଧିକାରୀ ସୁବାଷ ଚନ୍ଦ୍ର କର୍କରା ।
ପୁଲିସ୍ ସୂଚନା ଅନୁଯାୟୀ, ରାୟଗଡା ରୋଡ୍ର ବିଦୁ୍ୟତ୍ କାର୍ଯ୍ୟାଳୟ ନିକଟରେ ଜୁଆ ଆ‡ା ଚାଲିଥିବା ସମ୍ପର୍କରେ ବିଶ୍ୱସ୍ତସୂତ୍ରରୁ ଖବରପାଇ ଥାନାର ଏକ ଟିମ୍ ଚଢଉ କରିଥିଲା । ଚଢଉ ବେଳେ ଉପରୋକ୍ତ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଟଙ୍କା ଓ ମୋବାଇଲ୍ ଜବତ କରିଥିଲା । ଗିରଫ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ କର୍କରା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons