ଜେଲ୍ ଗଲେ ରଞ୍ଜନ ଓ ନିରଞ୍ଜନ,୩ଦିନିଆ ରିମାଣ୍ଡରେ ଆସିଲେ ଝୁନା, ଶର୍ମିÂା

Get real time updates directly on you device, subscribe now.

ଚାନ୍ଦବାଲି, (ବି.ବି.ନୁ୍ୟଜ): ୫ ଦିନିଆ ରିମାଣ୍ଡ ଶେଷ ହେଲା ପରେ ଶର୍ମିÂା, ଝୁନା, ନିରଞ୍ଜନ ଏବଂ ରଂଜନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଚାନ୍ଦବାଲି ଜେଏମଏଫସିଙ୍କ କୋର୍ଟରେ ହାଜର କରିଥିଲା । ହାଜର କରିବା ପୂର୍ବରୁ କ୍ରାଇମବ୍ରାଞ୍ଚ ପୁଣି ଥରେ ଏହି ୪ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ କାଗଜପତ୍ର ପ୍ରସ୍ତୁତ କରିଥିଲା । ଚାନ୍ଦବାଲି କୋର୍ଟର ବିଚାରପତି ଏହାକୁ ଆଗ୍ରାହ୍ୟ କରି କେବଳ ଶର୍ମିÂା ଓ ଝୁନାଙ୍କୁ ୫ ଦିନ ବଦଳରେ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଏହାସହ ମୁଖ୍ୟ ଖଳନାୟକ ପ୍ରାକ୍ତନ ଆଇ ଏଣ୍ଡ ପିଆର ନିଦେ୍ର୍ଧଶକ ନିରଞ୍ଜନ ସେଠୀ ଓ ମୋବାଇଲ ମେକାନିକ୍ ରଞ୍ଜନ ନାୟକଙ୍କୁ ଭଦ୍ରକ ଜେଲ୍କୁ ପଠାଇ ଦିଆଯାଇଛି । ଶର୍ମିÂାଙ୍କ କାର୍ଯ୍ୟାଳୟରୁ ଯେଉଁ ଡାଏରୀ ମିଳିଛି ସେହି ଡାଏରୀ ଅନେକ ରହସ୍ୟ ଖୋଲିବା ଆଶଙ୍କାରେ ଏବେ ଶର୍ମିÂା ଓ ଝୁନାଙ୍କୁ ଚାନ୍ଦବାଲି କୋର୍ଟରୁ କଟକ ମୁଖ୍ୟ କାର୍ଯ୍ୟାଳୟକୁ କ୍ରାଇମବ୍ରାଞ୍ଚ ଟିମ୍ ସାଙ୍ଗରେ ନେଇଛି ।
ଆଜି ଅପରାହ୍ଣ ଠିକ୍ ୨ଟା ୪୦ ମିନିଟ୍ରେ କେନ୍ଦ୍ରାପଡ଼ା ରାଜକନିକା ଦେଇ କ୍ରାଇମବ୍ରାଞ୍ଚ ଟିମ୍ ୪ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ଚାନ୍ଦବାଲି ଥାନାରେ ପହଞ୍ଚିି ଥିଲା । ପୂର୍ବରୁ ଚାନ୍ଦବାଲି ଥାନାଧିକାରୀ କରୁଣାକର ରାଉତ, ଏସଡିପିଓ ଡି. ପ୍ରତାପ, ସୁନିତା ହେମ୍ବ୍ରମ୍ ପ୍ରମୁଖ ଅଧିକାରୀ ପ୍ରସ୍ତୁତ ଥିଲେ । ଶର୍ମିÂା ଓ ଅନ୍ୟ ୩ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷାରେ କୋର୍ଟ ଭିତରକୁ ନେଇଥିଲେ । ଆଜି ମଧ୍ୟ ଶହ ଶହ ଲୋକ ଥାନା ଓ କୋର୍ଟ ଆଗରେ ଭିଡ଼ ଜମାଇ ଥିଲେ ଶର୍ମିÂାଙ୍କ ପାଇଁ । ଏହି ୩ ଦିନ ରିମାଣ୍ଡ ମଧ୍ୟରେ ଶର୍ମିÂା ଓଗାଳିବ ଅନେକ ତଥ୍ୟ ବୋଲି ଆଶା କରିଛି କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons