ଟମାଟୋ ମହଙ୍ଗା

Get real time updates directly on you device, subscribe now.

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ଉତ୍ପାଦନକାରୀ ରାଜ୍ୟରେ ଅସ୍ୱାଭାବିକ ବର୍ଷା ଯୋଗୁ ଟମାଟୋ ମହଙ୍ଗା ହୋଇଛି । ଯୋଗାଣ ସମସ୍ୟା ହେତୁ ମେଟ୍ରୋ ସହରଗୁଡିକର ଖୁଚୁରା ବଜାରରେ କିଲୋଗ୍ରାମ ପିଛା ଏହି ପରିବାର ଦର ୭୨ ଟଙ୍କାକୁ ବୃଦ୍ଧି ପାଇଛି ।
ମେଟ୍ରୋ ସହରଗୁଡ଼ିକ ମଧ୍ୟରେ କୋଲକାତାରେ ଦର ୭୨ ଟଙ୍କା ରହିଛି । ପୂର୍ବମାସ ଏହା ୩୮ ଟଙ୍କା ରହିଥିଲା ।
ଦିଲ୍ଲୀ ଏବଂ ଚେନ୍ନାଇରେ ଦର ୫୭ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବମାସ ଉଭୟ ସ୍ଥାନରେ ଦର ଯଥାକ୍ରମେ ୩୦ ଟଙ୍କା ଏବଂ ୨୦ ଟଙ୍କା ରହିଥିଲା । ମୁମ୍ବାଇରେ ଏହା ୧୫ ଟଙ୍କାରୁ ୫୩ ଟଙ୍କାକୁ ବୃଦ୍ଧି ପାଇଥିବା ଖାଉଟି ବ୍ୟାପାର ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons