ଟିକାବାଲିରେ ପିଇବା ପାଣି ଅଭାବ:ବ୍ରହ୍ମପୁର-ଫୁଲବାଣୀ ରାସ୍ତା ଅବରୋଧ

Get real time updates directly on you device, subscribe now.

ଟିକାବାଲି, (ବି.ବି.ନୁ୍ୟଜ): ଟିକାବାଲି ସହର ତଥା ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି । ଆଜି ଥାନା ସାହି ଏବଂ ଅଞ୍ଚଳବାସୀ ଫୁଲବାଣୀ ବ୍ରହ୍ମପୁର ମୁଖ୍ୟ ରାସ୍ତା ଟିକାବାଲି ଥାନା ପାଖରେ ପ୍ରାୟ ୧ଘଣ୍ଟା ଧରି ଅବରୋଧ କରିବାରୁ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଖବର ପାଇ ବିଡିଓ ଫକିର ଚରଣ ପରିଡା ଏବଂ ଥାନା ଅଧିକାରୀ ଅଜୟ କୁମାର ପରିଡା ସଦଳବଳେ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିଥିଲେ । ଅଳ୍ପ ଦିନ ଭିତରେ ଜଳ ଯୋଗାଣ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ ବ୍ୟବସ୍ଥା କରିବା ପରେ ରାସ୍ତାରୋକ ହଟିଥିଲା । ଏବେ ଗ୍ରୀଷ୍ମ ଋତୁରେ ଲୋକ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଏହି ସମସ୍ୟା ନେଇ ଅନେକ ଆନେ୍ଦାଳନ ହୋଇଥିଲେ ମଧ୍ୟ ଟିକାବାଲି ବ୍ଲକ ପ୍ରଶାସନର ନିଦ ଭାଙ୍ଗୁନାହିଁ । ମଟୋର ଅଚଳ, ପାଇପ ଫାଟିବା ଯୋଗୁଁ ଏହି ସମସ୍ୟା ଉପୁଜୁଥିବା କୁହାଯାଇଛି । ଜଳ ସଙ୍କଟ ଯୋଗୁଁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଟିକାବାଲି ବ୍ଲକରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀଙ୍କୁ ଜଳ ସମସ୍ୟା ବିଷୟ ଅବଗତ କଲେ ସେ ମେଗା ଜଳ ଯୋଗାଣ ପ୍ରକଳ୍ପ ହେବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons