ଟ୍ରକ୍ ଧକ୍କାରେ ଜଳିଗଲା ବାଇକ୍, ୨ମୃତ

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥର କୁଣ୍ଡପୁର୍ ଛକ ଠାରେ ଏକ ଟ୍ରକ୍ ସହ ବାଇକ୍ ଧକ୍କା ହୋଇଛି । ଫଳରେ ଜଣେ ମହିଳାଙ୍କ ସମେତ ବାଇକ୍ ଆରୋହୀଙ୍କ ମୃତୁ୍ୟ ହୋଇଥିବାବେଳେ ବାଇକ୍ଟି ଜଳିଯାଇଛି ।
ଘଟଣାରୁ ପ୍ରକାଶ, ରବିବାର ଅପରାହ୍ନରେ ଜଳେଶ୍ୱର ଥାନା ଅନ୍ତର୍ଗତ ସମ୍ପତିଆ ପଞ୍ଚାୟତ ବାଗ ଗ୍ରାମର ସଂଗ୍ରାମ ଗିରିଙ୍କ ପୁଅ ସମୀର ଓରଫ ପିଣ୍ଟୁ (୩୦)ଙ୍କ ସହିତ ସେହି ଗ୍ରାମର ହରେକୃଷ୍ଣ ନନ୍ଦୀଙ୍କ ପତ୍ନୀ ଚାରୁବାଳା ନନ୍ଦୀ (୫୦) ବାଇକ୍ରେ ଜଳେଶ୍ୱରରୁ ବସ୍ତା ଅଭିମୁଖେ ଆସୁଥିଲେ । କୁଣ୍ଡପୁର ଛକ ଠାରେ ସାମ୍ନା ପଟୁ ଆସୁଥିବା ଏପି୧୬ଟିବି-୬୨୨୮ ନଂ ବିଶିଷ୍ଟ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର୍ ଥିଲା ଯେ ଘଟଣା ସ୍ଥଳରେ ବାଇକ୍ଟି ଜଳି ଯାଇଥିଲା । ଦୁର୍ଘଟଣା ସ୍ଥଳରେ ଚାରୁବାଳାଙ୍କ ମୃତୁ୍ୟ ହୋଇଥିଲା ଓ ସଂଗ୍ରାମ ଗୁରୁତର ହୋଇଥିଲେ । ଖବର ପାଇ ବସ୍ତା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ସଂଗ୍ରାମଙ୍କୁ ପ୍ରଥମେ ବସ୍ତା ଓ ପରେ ବାଲେଶ୍ୱର ହସ୍ପିଟାଲକୁ ପଠାଇଥିଲେ । ମାତ୍ର ସେଠାରେ ସଂଗ୍ରାମଙ୍କ ମୃତୁ୍ୟ ହୋଇଥିଲା । ଉଲ୍ଲେଖ ଯୋଗ୍ୟ ଚାରୁବାଳାଙ୍କ ଝିଅର ଆଜି ବସ୍ତା ଡାକ୍ତରଖାନାରେ ଆଜି ଡେଲିଭରି ହେବାର ଥିଲା । ଏଣୁ ମୃତକ ୨ଜଣ ବସ୍ତା ହସ୍ପିଟାଲକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ତଦନ୍ତ ଚଳାଇଛି । ଏହି ଘଟଣା ସମ୍ପର୍କରେ ମୃତ ଚାରୁବାଳାଙ୍କ ପୁଅ ବିଶ୍ୱଜିତ ନନ୍ଦୀ ବସ୍ତା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons