ଟ୍ରକ ଦୁର୍ଘଟଣା, ବର୍ତ୍ତିଲେ ଚାଳକ

Get real time updates directly on you device, subscribe now.

ରାମନାଗୁଡ଼ା,(ବି.ବି.ନୁ୍ୟଜ): ରାମନାଗୁଡା ଥାନା ଚାକୁଣ୍ଡା ନିକଟ ବୁଲାଣିରେ ଏକ ପେପର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆହତ ଚାଳକ ହେଲେ ବଳରାମ ବେହେରା । ସ୍ଥାନୀୟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁଣପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଫାଣ୍ଡିଅଧିକାରୀ କୃତ୍ତିବାସ ହରିଚନ୍ଦନ କହିଛନ୍ତି । ବୁଧବାର ଜେକେପୁର କାଗଜକଳରୁ ପେପର ବୋଝେଇ ଏକ ଟ୍ରକ(ଓଡି ୧୮ ବି ୧୪୪୯) କଟକ ଯାଉଥିବା ବେଳେ ଚାକୁଣ୍ଡା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons