ଟ୍ରଲିରେ ବୁହାହେଲା ମୃତଦେହ

Get real time updates directly on you device, subscribe now.

ବସ୍ତା,(ବି.ବି.ନୁ୍ୟଜ): ସରକାରଙ୍କ ଯୋଜନା ମାଳମାଳ । କିନ୍ତୁ ଏହା ସାଧାରଣ ଜନତାଙ୍କ ପାଖରେ ଅପହଞ୍ଚ ହେଉଛି । ଏହାର ନିଚ୍ଛକ ଉଦାହରଣ ଶୁକ୍ରବାର ବସ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି । ବସ୍ତା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପ୍ରାୟ ୧ କିମି ଦୂର ବ୍ୟବଚ୍ଛେଦ ଗୃହକୁ କାଠ ଟ୍ରଲିରେ ମୃତଦେହକୁ ଘର ଲୋକେ ବୋହି ନେଇଥିଲେ । ଏପରି ଘଟଣାକୁ ନେଇ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଇଛି । ଘଟଣାରୁ ପ୍ରକାଶ, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଝରିଆ ଗ୍ରାମର କାର୍ତ୍ତିକ ସିଂଙ୍କ ପତ୍ନୀ ଯଶୋଦା (୬୦) ଗତକାଲି ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ି ଯାଇଥିଲେ । ରାସଗୋବିନ୍ଦପୁର ଦମକଳ ବାହିନୀ ଉଦ୍ଧାର କରି ନିକଟସ୍ଥ ବସ୍ତା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଛେଦ ପାଇଁ କହିଥିଲେ । ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ଗାଡିର ବ୍ୟବସ୍ଥା ନ କରିବାରୁ ବାଧ୍ୟ ହୋଇ ପରିବାର ଲୋକେ ଏକ କାଠ ଟ୍ରଲିରେ ମୃତହେଦକୁ ବସ୍ତା ବଜାର ଭିତରେ ବୋହି ନେଇଥିଲେ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା । ତେବେ ସରକାରୀ ଯୋଜନାରେ ଶବ ପାଇଁ ଗାଡିର ବ୍ୟବସ୍ଥା ରହିଥିଲେ ମଧ୍ୟ କାହିଁକି ବିଭାଗୀୟ ଅଧିକାରୀମାନେ ଏନେଇ ଖାମଖିଆଲି ମନୋଭାବ ଦେଖାଇ ଶବକୁ ଅସମ୍ମାନ କଲେ, ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି । ଏନେଇ ବସ୍ତା ହସ୍ପିଟାଲର ଚିକିତ୍ସା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons