ଟ୍ରେଲର ଧକ୍କାରେ ସାଇକେଲ ଆରୋହୀ ମୃତ

Get real time updates directly on you device, subscribe now.

ବଇଣ୍ଡା,(ବି.ବି.ନୁ୍ୟଜ): ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଇଲାକା ହଣ୍ଡପା ଛକରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରେଲର ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ ହଣ୍ଡପା ଗ୍ରାମର କାଶୀନାଥ ସାହୁ(୫୫) । ପ୍ରାପ୍ତ ସୂଚନା ମୁତାବକ, ଆଜି ସନ୍ଧ୍ୟା ୭ଟା ବେଳେ କାଶୀନାଥ ରାସ୍ତା ପାର ହେଉଥିଲେ । ଏହି ସମୟରେ ସମ୍ବଲପୁର ପଟୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରେଲର(ସିଜି୦୭ବିଜି୯୦୧୪) ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ହଣ୍ଡପା ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons