ଠେଙ୍ଗାରେ ପିଟି ମା’କୁ ମାରିଦେଲା ମଦ୍ୟପ ପୁଅ

Get real time updates directly on you device, subscribe now.

ସୋର,(ବି.ବି.ନୁ୍ୟଜ): ନିଶାସକ୍ତ ପୁଅ ସାଜିଲା କଂସେଇ । ଭାତ ଦେବାରେ ବିଳମ୍ବ ହେବାରୁ ନିଜ ଜନ୍ମଦାତ୍ରୀ ମା’ଙ୍କୁ ଠେଙ୍ଗାରେ ପିଟି ପିଟି ଜୀବନରୁ ମାରିଦେଲା । ଯେଉଁ ମାଆ ଦଶ ମାସ ଦଶ ଦିନ ଗର୍ଭରେ ରଖି ତାକୁ ଜନ୍ମ ଦେଇ ସଂସାରରେ ଚାଲିବା ଶିଖାଇଥିଲେ । ସେହି ମାଆକୁ ମାରିବା ବେଳେ ତାର ହାତ ଟିକିଏ ବି ଅଟକି ନଥିଲା । ଏମିତି ଅଭାବନୀୟ କାଣ୍ଡ ଶନିବାର ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡିହା ଗ୍ରାମରେ ଘଟିଛି । ଖବରପାଇ ସୋର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଉକ୍ତ ଗାଁର ପୁରୁଷୋତ୍ତମ ବେହେରାଙ୍କ ପୁଅ ରତିକାନ୍ତ(୩୦) । ମା’ ସତ୍ୟଭାମା(୬୦)ଙ୍କ ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ସମଗ୍ର ସୋର ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ରତିକାନ୍ତ ଜଣେ ଅଭ୍ୟାସଗତ ମଦୁଆ । କାମଧନ୍ଦା କିଛି କରେନି । ଅଧିକାଂଶ ଦିନ ମଦ ପିଇ ଘରେ ବାପାମା’ଙ୍କୁ ମାରପିଟ କରେ । ଶନିବାର ସେ ସବୁ ସୀମା ଟପି ଯାଇଥିଲା । ବାହାରେ ବୁଲାବୁଲି ସାରି ଦିନ ସାଢେ଼ ୧୧ଟା ବେଳେ ନିଶାସକ୍ତ ଅବସ୍ଥାରେ ସେ ଘରେ ପହଞ୍ଚିଥିଲା । ମା’ ସତ୍ୟଭାମାଙ୍କୁ ଖାଇବାକୁ ମାଗି ଆସନରେ ବସିଥିଲା । ଭାତ ଦେବାରେ ସତ୍ୟଭାମା ଟିକିଏ ବିଳମ୍ବ କରିଥିଲେ । ଏଥିରେ ରତିକାନ୍ତ ଉତ୍କ୍ଷିପ୍ତ ହୋଇ ଏକ ବାଉଁଶ ଠେଙ୍ଗାରେ ସତ୍ୟଭାମାଙ୍କୁ ପିଟି ଦେଇଥିଲା । ପ୍ରାଣ ବିକଳରେ ସତ୍ୟଭାମା ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସେ ତଳେ ପଡ଼ି ଯାଇଥିଲେ । ନୃଶଂସ ରତିକାନ୍ତ ତାଙ୍କ ମୁଣ୍ଡ ଓ ଦେହକୁ ଠେଙ୍ଗାରେ କ୍ରମାଗତ ୩୦ରୁ ଊଦ୍ଧ୍ୱର୍ ଥର ପାହାର ପରେ ପାହାର ପିଟି ଚାଲିଥିଲା । ଏହା ଦେଖି ବାପା ପୁରୁଷୋତ୍ତମ ଦୌଡ଼ି ଆସି ସତ୍ୟଭାମାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ରତିକାନ୍ତ ତାଙ୍କୁ ବି ଛାଡ଼ି ନଥିଲା । ସେହି ଠେଙ୍ଗାରେ ତାଙ୍କୁ ଶକ୍ତ ପ୍ରହାର ଦେଇଥିଲା । ଫଳରେ ପୁରୁଷୋତ୍ତମ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ । ଅନ୍ୟପଟେ ସେହିଠାରେ ସତ୍ୟଭାମାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।
ପାଟିତୁଣ୍ଡ ଶୁଣି ପଡେ଼ାଶୀ ସେଠାରେ ପହଞ୍ଚିଥିଲେ ମଧ୍ୟ କେହି ରତିକାନ୍ତ ପାଖକୁ ପଶି ପାରି ନଥିଲେ । ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ରତିକାନ୍ତଙ୍କୁ କାବୁ କରିଥିଲା । ଏଥିସହିତ ତା’ଠାରୁ ଠେଙ୍ଗାକୁ ଜବତ କରିଥିଲା । ସତ୍ୟଭାମାଙ୍କ ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ସୋର ଥାନାରେ କେସ ନଂ. ୧୬୬/୨୨ରେ ଏମ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons