ଡକାୟତି ଯୋଜନା ପଣ୍ଡ : ୪ ଗିରଫ

Get real time updates directly on you device, subscribe now.

ରାଉରକେଲା : ଡକାୟତି ଯୋଜନା ପଣ୍ଡ । ୪ ଜଣ ଡକାୟତଙ୍କୁ ରାଉରକେଲା ପ୍ଲାଣ୍ଟ ସାଇଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ସ୍ଥଳରୁ ଦୁଇ ଫେରାର ହୋଇଯାଇଛନ୍ତି । ବୁଧବାର ବିଳମ୍ବିତ ରାତ୍ରିରେ ବନ୍ଧମୁଣ୍ଡା ଫଟା ପାଇପ ନିକଟରେ ଚାଲିଥିଲା ଡକାୟତି ଯୋଜନା । ଖବର ପାଇ ପ୍ଲାଣ୍ଟ ସାଇଡ ପୋଲିସ ଚଢାଉ କରିଥିଲା । ଗିରଫ ୪ ଡକାୟତଙ୍କ ଠାରୁ ଗୋଟିଏ କାର, ୪ ଦେଶୀ ପିସ୍ତଲ ଓ ଦୁଇ ଦେଶୀ ବୋମା ପୋଲିସ ଜବତ କରି। ଏଥିସହ ଦୁଇଟି ଖଣ୍ଡା , ୩୨ ଟି ଗୁଳି ଜବତ କରିଛି ପ୍ଲାଣ୍ଟ ସାଇଡ ପୋଲିସ । ଗିରଫ ଡକାୟତ ମାନଙ୍କ ନାଁରେ ପୂର୍ବରେ ଅନେକ ଥାନାରେ ସଙ୍ଗିନ ମାମଲା ଥିବା ବେଳେ ଏହି ଡକାୟତି ଯୋଜନା କୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons