ଡାକ୍ତରଖାନାରେ ଜନ୍ମଦିନ ପାଳିଲା ଜଗା

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ): ଡାକ୍ତରଖାନା ଶିଶୁ ବିଭାଗ ସ୍ୱତନ୍ତ୍ର କ୍ୟାବିନ୍ ମଧ୍ୟରେ ଲାଗିଥିଲା ବେଲୁନ୍ । ବିଭିନ୍ନ ରଙ୍ଗୀନ କାଗଜ ଓ ଜରିମାଳରେ ହୋଇଥିଲା ସାଜସଜ୍ଜା । ରୁମ ଭିତରେ ଲେଖାରହିଥିଲା ‘ହାପି ବାର୍ଥ୍ ଡେ’ । ଆଉ ତା’ସାଙ୍ଗକୁ ରହିଥିଲା କେକ୍ । ଆଜି ଫୁଲବାଣୀ ଡାକ୍ତରଖାନାରେ ଯୋଡ଼ା ମୁଣ୍ଡ ଜଗାର ଜନ୍ମ ଦିନ ପାଳନ କରାଯାଇଛି ।
ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ପୂରିଲା ୭ ବର୍ଷ । ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗର ସ୍ୱତନ୍ତ୍ର କ୍ୟାବିନରେ ଜଗା ପରିବାର ସହ ପାଳିଛି ଜନ୍ମବାର୍ଷିକୀ । ବାପା ଭୂୟାଁ କହଁର ଓ ମା ପୁଷ୍ପାଞ୍ଜଳୀ ଓ ସାନ ଭଉଣୀ ସୁଭଦ୍ରା ସହ ଡାକ୍ତରଖାନା କର୍ମଚାରୀ ଏହି ଜନ୍ମଦିନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କେକ୍ କାଟି ଜନ୍ମଦିନ ପାଳିଥିଲା ଜଗା । ସେ ରହୁଥିବା କ୍ୟାବିନକୁ ମଧ୍ୟ ବେଲୁନରେ ସଜାଯାଇଥିଲା । ନିଜ ନିଜ ଭିତରେ ଖୁସି ବାଣ୍ଟିଥିଲେ ପରିବାର ଲୋକ । ଆଜିର ଦିନରେ ସେମାନଙ୍କୁ ଛାଡି ଚାଲିଥିବା ଯାଅାଁଳା ଭାଇ ବଳିଆକୁ ବହୁତ ମନେ ପକାଇଥିଲେ ବାପା ମାଆ । ଜଗାକୁ ୭ ବର୍ଷ ପୂରିଥିବା ବେଳେ ୫ ବର୍ଷ ହେଲା ବିଭିନ୍ନ ଡାକ୍ତରଖାନାରେ ହିଁ ତାର ଜୀବନ ବିତିଛି । ଜନ୍ମରୁ ମୁଣ୍ଡ ଯୋଡି ହୋଇ ରହିଥିବା ଯାଅାଁଳା ଭାଇ ଜଗା ବଳିଆଙ୍କୁ ୨୦୧୭ରେ ଦିଲ୍ଲୀ ଏମ୍ସ୍ରେ ଜଟିଳ ଅସ୍ତେ୍ରାପଚାର ଦ୍ୱାରା ଅଲଗା କରାଯାଇଥିଲା । ସେଠାରେ ଦୀର୍ଘ ଦିନ ଚିକିତ୍ସିତ ହେବା ପରେ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନ୍ନ୍ତର କରାଯାଇଥିଲା । ୨୦୨୦ ନଭେମ୍ବରରେ ବଳିଆ ଜଗାକୁ ଛାଡି ଆରପାରିକୁ ଚାଲି ଯାଇଛି । ଏହାପରେ ଗତ ବର୍ଷ ଜଗାକୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନ୍ନ୍ତର କରାଯାଇଛି । ଶିଶୁ ବିଭାଗର ଏକ ସ୍ୱତନ୍ତ୍ର କ୍ୟାବିନରେ ରହି ଚିକିିତ୍ସିତ ହେଉଛି ଜଗା । ଧୀରେ ଧୀରେ ତାର ଅବସ୍ଥା ସ୍ୱାଭାବିକ ହେବାରେ ଲାଗିଛି । ଡାକ୍ତରଖାନା ଛାଡି ବାହାରେ ବୁଲିବାକୁ ଡାକ୍ତରଙ୍କ ଅନୁମତି ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons