ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ତପ୍ତପାଣି ଘାଟି ମୃଗବିହାର ଠାରେ ସଡ଼କ ଦୁର୍ଘଟଣା ରେ ବାଇକ୍ ଆରୋହୀ ମୃତ । ସୂଚନା ଅନୁଯାୟୀ ୨ ଜଣ ଯୁବକ ଲୁହାଗୁଡ଼ି ଠାରୁ ଜକରା ପଲ୍ଲୀ ଅଭିମୁଖେ ବାଇକରେ ଯାତ୍ରା କରୁଥିବା ବେଳେ ଆଜି ସକାଳ ୯ ଘଣ୍ଟ ସମୟରେ ମୃଗବିହାର ନିକଟରେ ଏକ କୋଇଲା ବୋଝେଇ ଟ୍ରକ ସହିତ ବାଇକର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହଁ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ହାଲାପଙ୍କା ଗ୍ରାମର ଦିବାକର ରଇତ ଏବଂ ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜକରା ପଲ୍ଲୀ (ବା) କାଳୀ ବୋରାଇ ଗ୍ରାମର ସଂଜୀବ ଶବର ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ ପାଟପୁର ପୋଲିସ ଏବଂ ଅଗ୍ନିଶମ ବାହିନୀ ସହ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ବ୍ରହ୍ମପୁର ସ୍ଥିତ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।
Comments are closed, but trackbacks and pingbacks are open.