ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା :୫ କିମିକୁ ବସ୍ ଭଡ଼ା ୬୫ ଟଙ୍କା

Get real time updates directly on you device, subscribe now.

ପୁରୁଷୋତ୍ତମପୁର,(ବି.ବି.ନୁ୍ୟଜ): ଦକ୍ଷିଣ ଓଡ଼ିଶା ଅଧିÂାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ବାର୍ଷିକ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ୨ଲକ୍ଷରୁ ଊଦ୍ଧ୍ୱର୍ ଭକ୍ତଙ୍କ ସମାଗମ ମଧ୍ୟରେ ଅନୁÂିତ ହୋଇଛି । ପ୍ରଚଣ୍ଡ ରୌଦ୍ରତାପ ସତ୍ତେ୍ୱ ରାଜ୍ୟ ଓ ବାହାର ରାଜ୍ୟରୁ ହଜାର ହଜାର ଭକ୍ତ ପରିବାର ଶିଶୁମାନଙ୍କ ମୁଣ୍ଡନ କରି ମାନସିକ ପୂରଣ ସକାଶେ ଛୁଟିି ଆସିଥାନ୍ତି । ଚଳିତ ଦ୍ୱିତୀୟ ପାଳି ମଙ୍ଗଳବାର ଯାତ୍ରା ନିମନ୍ତେ ଉକ୍ତମାନେ ସୋମବାର ରାତ୍ର ୧୧ଟାରୁ ସମାଗମ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ସେବାୟତମାନେ ମା’ତରାତାରିଣୀଙ୍କ ରୀତିନୀତିରେ ପରିବର୍ତ୍ତନ କରି ମଧ୍ୟରାତ୍ର ଗୋଟାଏ ପରଠାରୁ ଅବକାଶ ନୀତି, ମାଜଣା, ମଙ୍ଗଳ ଆଳତି, ବେଡା ପରିକ୍ରମା କରି ଭୋର ୪ଟାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଦ୍ୱାର ଫିଟା ନୀତି କରାଯାଇଥିଲା । ଦ୍ୱିତୀୟ ପାଳିର ମା’ ତାରାତାରିଣୀ, ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।
ଗତବର୍ଷ ଦର୍ଶନ ବାବଦରେ କୌଣସି ଅର୍ଥ ଦେବାକୁ ପଡ଼ୁନଥିଲା । କିନ୍ତୁ ଚଳିତ ବର୍ଷ ଦର୍ଶନ ଟିକଟର ମୂଲ୍ୟ ୫ଟଙ୍କା ରହିଛି । ପୂର୍ବରୁ ମୁଣ୍ଡନ ପାଇଁ ୨୦ ଟଙ୍କା ରଖାଯାଇଥିବା ବେଳେ ଚଳିତବର୍ଷ ଟିକଟ ୫୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ମୁଣ୍ଡନ ଶାଳରେ ବାରିକମାନେ ମନଇଚ୍ଛା ଦକ୍ଷିଣା ଆଦାୟ ଭକ୍ତଙ୍କୁ ଆଘାତ ଦେଇଛି । ଅନ୍ୟ ପକ୍ଷରେ ସ୍ୱତନ୍ତ୍ର ଦର୍ଶନ ସୁବିଧା ନାହିଁ । ଯାହାକୁ ନେଇ ଭକ୍ତ ସହସହ ସଂଖ୍ୟାରେ ଅମୃତ କୁଡୁଆକୁ ସିଂହଦ୍ୱାର ଓ ଅନ୍ୟ ସ୍ଥାନରେ ରଖି ଦେଇ ପଳାଇଛନ୍ତି । ଉକ୍ତ ମାନଙ୍କୁ ମନ୍ଦିର ଉପରକୁ ଯିବା ପାଇଁ ବସ୍ ବ୍ୟବସ୍ଥା କରାଯାଇଥିଲେ ବି ଘଣ୍ଟାଘଣ୍ଟା ଧରି ପ୍ରବଳ ଖରାରେ ଲମ୍ବା ଲାଇନ୍ରେ ଅପେକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ଟାଣ ଖରାରେ ଲମ୍ବା ଧାଡ଼ି ବାନ୍ଧିଛନ୍ତି । ମାତ୍ର ୪ଟି ବସ୍ ବ୍ୟବସ୍ଥା ହୋଇଛି । ଏହି ଅବ୍ୟବସ୍ଥା ମନ୍ଦିର ଉପରି ଭାଗରେ ମଧ୍ୟ ଦେଖିବାକୁ ମିଳିଥିଲା । ମନ୍ଦିର ଉପର ବେଢ଼ାକୁ ଯିବା ଓ ଆସିବା ମାତ୍ର ୫ କିମି ଦୂର । କିନ୍ତୁ ମନ୍ଦିର ଉପରକୁ ଯିବା ପାଇଁ ବସ୍ ଟିକଟ ମୂଲ୍ୟ ୩୦ ଟଙ୍କା ଧାର୍ଯ୍ୟ ହୋଇଛି । ମଙ୍ଗଳବାର ଯାତ୍ରାରେ ଜଣଙ୍କ ପିଛା ୬୫ଟଙ୍କା ନେଉଥିବାରୁ ଭକ୍ତ କ୍ଷୁବ୍ଧ । ଏଠି ଦର୍ଶନ ନାମରେ ଉକ୍ତଙ୍କ ଠାରୁ ଲୁଟ ଚାଲିଛି ବୋଲି ଜିଲ୍ଲା ପ୍ରଶାସନ ଉପରେ ଅଭିଯୋଗ ଆଣିଛନ୍ତି । ଆଜିର ଯାତ୍ରାରେ ୯୦୩୭ ଜଣ ଶ୍ରଦ୍ଧାଳୁ ମାନସିକଧାରୀ ମୁଣ୍ଡନ କରିଛନ୍ତି । ସେମାନଙ୍କ ଠାରୁ ୪ଲକ୍ଷ ୫୧ ହଜାର ୮୫୦ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ମନ୍ଦିର ପକ୍ଷରୁ ସୂଚନା ମିଳିଛି । ଆଜିର ଯାତ୍ରାରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବରିÂ ଅଧିକାରୀ ମାନେ ଉପସ୍ଥିତ ରହି ତଦାରଖ କରିଛନ୍ତି ।
ଅନେକ ଭକ୍ତ ପାହାଡ଼ ପରିବେଶ ମଧ୍ୟରେ ଭୋଜିଭାତ ଆସର କରି ବେଶ ମଜା ଉଠାଇଥାନ୍ତି । ମୁଣ୍ଡନ ପାଇଁ ସେମାନେ ବନ୍ଧୁବାନ୍ଧବ ପି୍ର୍ରୟଜନଙ୍କୁ ଡାକିଥାନ୍ତି । ନରସିଂହପୁର ଅସ୍ଥାୟୀ ବସଷ୍ଟାଣ୍ଡ୍ ଠାରୁ ଆରମ୍ଭ କରି ପୂରା ପାହାଡ଼ ଚାରି ପାଖରେ ଗଛ ଛାଇ ଓ ପାଣିର ସୁବିଧା ଦେଖି ବଣଭୋଜି ଆୟୋଜନ ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ କୁହାଯାଇପାରେ । ଗତ ୨ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଯାତ୍ରା ହୋଇପାରିନଥିଲା । ବସ୍ ଭଡ଼ା, ମୁଣ୍ଡନ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନିର୍ବାହୀ ଅଧିକାରୀ ଟି. କେ. ରେଡି ଓ ତହସିଲଦାର ନିତୀଶ ତ୍ରିପାଠୀଙ୍କ ପ୍ରତିକ୍ରିୟା ଜାଣିବାକୁ ମୋବାଇଲ ଫୋନ୍ରେ ଯୋଗାଯୋଗ କରିବାରେ ଫୋନ୍ ରିସିଭ୍ କରିନଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons