ତାରାତାରିଣୀ ମନ୍ଦିର ଦୀପ ଗୃହରେ ଅଗ୍ନିକାଣ୍ଡ

Get real time updates directly on you device, subscribe now.

ପୁରୁଷାତ୍ତମପୁର, (ବି.ବି.ନୁ୍ୟଜ): ମଙ୍ଗଳବାର ମା’ଙ୍କ ସପ୍ତମୀ ପୂଜା । ଏହି ସମୟରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ମଙ୍ଗଳବାର ମଧ୍ୟାହ୍ନରେ ଅଘଟଣ । ଆଜି ଦିନ ୧୧ଟା ୩୦ରେ ପୀଠରେ ଦେବୀଙ୍କ ନବରାତ୍ର ପୂଜାର୍ଚ୍ଚନା ଚାଲିଥିବା ବେଳେ ବାହାର ପାଶ୍ୱର୍ରେ ଥିବା ଦୀପ ଘରେ କୌଣସି କାରଣରୁ ନିଅାଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଅାଁ ଆୟତ୍ତ କରିଛନ୍ତି । ପ୍ରାୟ ୪୦ ମିନଟ ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ । ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ଗୋଟିଏ କୋଠରୀରୁ ନିଆଁ ବାହାରି ଅନ୍ୟ କୋଠରୀକୁ ବ୍ୟାପିଥିଲା । ଦୁଇଟି କୋଠରୀର ଝରକା ଓ କବାଟ ପୋଡ଼ି ନଷ୍ଟ ହୋଇଯାଇଛି । ଦୀପଗୃହ ଭିତରୁ ଧୂଆଁ ବାହାରୁଥିବା ଦେଖିଥିଲେ ସେବାୟତ । କିଛି ସମୟ ମଧ୍ୟରେ ପ୍ରବଳ ଧୂଆଁରେ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇଯାଇଥିଲା । ଧୂଆଁ ପ୍ରକୋପ ଏତେ ମାତ୍ରାଧିକ ଥିଲା ଯେ ନିକଟରେ ଥିବା ଲୋକ ଭୟଭୀତ ହୋଇଥିଲେ । ଦୀପ ଗୃହରେ ଅଂସଖ୍ୟ ଦୀପ ଲାଗି ଥିବା ଯୋଗୁଁ ନିଆଁ ଲାଗିଥିôବା ଅନୁମାନ କରାଯାଇଛି । ମନ୍ଦିର ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଏଭଳି ଅଘଟଣ ଶ୍ରଦ୍ଧାଳୁଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଛି । ପୁରୁଷୋତ୍ତମପୁର ତହସିଲଦାର ନୀତିଶ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୀପ ଗୃହରେ ଅଗ୍ନିକାଣ୍ଡ ଘଟଣା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ଦିର ଦର୍ଶନ ବାରଣ ଥିବା ସମୟରେ ଏତେ ସଂଖ୍ୟାରେ ଦୀପ କେମିତି ଆସିଲା ବୋଲି ସାଧାରଣରେ ପ୍ରଶ୍ନ ହୋଇଛି । ମା’ଙ୍କ ଦର୍ଶନ କଟକଣା ସତ୍ତେ୍ୱ କେତେକ ଶ୍ରଦ୍ଧାଳୁ ସିଂହଦ୍ୱାର ଚଲାବାଟରେ ଯାଇ ଦୀପଦାନ କରୁଥିବା କୁହାଯାଇଛି । ଅନ୍ୟପକ୍ଷରେ ଭକ୍ତମାନେ ସେବାୟତଙ୍କୁ ଫୋନ୍ ଯୋଗେ ଦୀପ ବସାଇବାକୁ ଅନୁରୋଧ କରୁଥିବା ଜଣାପଡ଼ିଛି । ଫଳରେ ରୁଦ୍ଧ ଦୀପଗୃହରେ ଅଗ୍ନିକାଣ୍ଡ ଘଟିଛି । ଦୀପ ନିଆଁରେ ଚଟାଣ ଉତ୍ତପ୍ତ ହୋଇଥିବାରୁ ସେବାୟତମାନେ ଖାଲି ପାଦରେ ଚାଲିବାକୁ ଆଟା ବିଛାଇଥିବା କେତେକ କହିଛନ୍ତି । ଏତେ ସଂଖ୍ୟକ ଦୀପ ଏକସମୟରେ ଜଳୁଥିବା ଯୋଗୁଁ କୌଣସି କାରଣରୁ ନିଆଁ ଆଟାକୁ ଲାଗି ବ୍ୟାପିଥିବା ଅନୁମାନ କରାଯାଇଛି । ପୂର୍ବରୁ ମନ୍ଦିର ପରିସରରେ ଗୋଟିଏ ଦୀପ ଗୃହ ଥିଲା । ବର୍ତ୍ତମାନ ଆଉ ୨ଟି ଦୀପଗୃହ ନିର୍ମାଣ କରାଯାଇଛି । ଅଗ୍ନିକାଣ୍ଡ ଘଟିଥିବା ଦୀପଗୃହ ନୂଆରେ ନିର୍ମାଣ କରାଯାଇଥିଲା । ଦୀପଗୃହରେ ବିପୁଳ ସଂଖ୍ୟକ ଦୀପ ଜଳିଲେ ଏଭଳି ସମସ୍ୟା ଉପୁଜିବ ବୋଲି ମନ୍ଦିର ଟ୍ରଷ୍ଟ କିମ୍ବା ପରିଚାଳନା କମିଟି ପୂର୍ବରୁ ଅନୁମାନ କରିବାରେ ସକ୍ଷମ ହୋଇ ନଥିଲା । ତେବେ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିôବା କୁହାଯାଇଛି । ଏହି ଘଟଣା ଅଶୁଭ ସଙ୍କେତ ବୋଲି ସେବାୟତମାନେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons