ତେଜିଲା କନ୍ଦଳ:କଂଗ୍ରେସ ଭବନରେ ଭଙ୍ଗାରୁଜା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ତେଜିଲା କଂଗ୍ରେସର ଗୋÂୀ କନ୍ଦଳ । କଂଗ୍ରେସ ଭବନରେ ପଶି ବ୍ୟାପକ ଭଙ୍ଗାରୁଜା କଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ । ବୁଧବାର ଦୁଇ ଥର ଭବନରେ ହୋଇଛି ଭଙ୍ଗାରୁଜା । ସକାଳ ପ୍ରାୟ ୬ଟା ବେଳେ ଯୁବକଂଗ୍ରେସ ରାଜ୍ୟ ସଭାପତିଙ୍କ ଉପରେ ଅସନ୍ତୁଷ୍ଟ ଥିବା କର୍ମୀ କାଣ୍ଡ ଭିଆଇଥିବା ବେଳେ ସନ୍ଧ୍ୟାରେ ପୁଣି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ମହିଳା କଂଗ୍ରେସ ସଭାପତି ବନ୍ଦିତା ପଟ୍ଟନାୟକଙ୍କ ନାମ ଫଳକ ଓ ସାମ୍ନାରେ ପଡିଥିବା ଚେୟାର୍ ଭାଙ୍ଗିଥିଲେ । କଂଗ୍ରେସ ଭବନରେ ଅସନ୍ତୁଷ୍ଟ କର୍ମୀ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି କିଛି ଦଳୀୟ ନେତା କହିଛନ୍ତି । ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଅଛି । ତେଣୁ ଏସବୁ ବିଜେଡି ଓ ବିଜେପି କରାଉଛନ୍ତି ।
ବୁଧବାର ସକାଳେ ଯୁବ କଂଗ୍ରେସ ଓ ଛାତ୍ରକଂଗ୍ରେସର ଅସନ୍ତୁଷ୍ଟ ଗୋÂୀ ମୁହଁରେ ମୁଖା ଲଗାଇ ଓ ହାତରେ ଗ୍ଲୋବସ୍ ପିନ୍ଧି କଂଗ୍ରେସ ଭବନରେ ପହଞ୍ଚିଥିଲେ । କଂଗ୍ରେସ ଭବନର ଜଗୁଆଳି ଅଶୋକ ନାୟକଙ୍କୁ ଯୁବ କଂଗ୍ରେସ କାର୍ଯ୍ୟାଳୟ ଖୋଲିବାକୁ କହିଥିଲେ । ମାତ୍ର ଅଶୋକ ତାଙ୍କ ନିକଟରେ ଚାବି କାଠି ନାହିଁ ବୋଲି କହିବାରୁ ଯୁବ କଂଗ୍ରେସ କାର୍ଯ୍ୟାଳୟ ତାଲା ଭାଙ୍ଗି ବ୍ୟାପକ ଭଙ୍ଗାରୁଜା କଲେ । ଯୁବ କଂଗ୍ରେସ ରାଜ୍ୟ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନାମଫଳକଠୁ ଆରମ୍ଭ କରି କାର୍ଯ୍ୟାଳୟ ଭିତରେ ପଡିଥିବା ଚେୟାର୍, ଟେବୁଲ୍ ସମେତ ସମସ୍ତ ଆସବାବପତ୍ରକୁ ଭଙ୍ଗାରୁଜା କରି ପୁଣି ପଳାଇଥିଲେ । ସମସ୍ତେ କଂଗ୍ରେସ ଭବନ ବାହାରେ ବାଇକ୍ ରଖିଥିଲେ । ପୁଣି ସେଠାରୁ ବାଇକ୍ ନେଇ ଛୁ ମାରିଥିଲେ । ମାତ୍ର ୧୦ ମିନିଟ୍ରେ ଯୁବ କଂଗ୍ରେସ କାର୍ଯ୍ୟାଳୟର ସବୁ ଭାଙ୍ଗି ଛାରଖାର କରିଥିଲେ ।
ସେହିପରି ସନ୍ଧ୍ୟା ୫ଟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ବାହାରେ ଭଙ୍ଗାରୁଜା ହୋଇଥିଲା । ପିସିସି ସଭାପତି ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମଫଳକ ଭଙ୍ଗା ଯାଇଥିଲା । ଏପରିକି ପିସିସି ସଭାପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଚେୟାର ବି ଭଙ୍ଗା ଯାଇଥିଲା । କେତେକ ଯୁବକ ଅଫିସ୍ରେ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons