ଥାନା ଆଗରେ ଥିବା ଭ୍ୟାନ୍ କାହାର?

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ସପ୍ତାହେ ହେବ ଏକ ଭ୍ୟାନ୍ ସ୍ଥାନୀୟ ଟାଉନ ଥାନା ଆଗରେ ଠିଆ ହୋଇଛି । ଯାହାର ପଞ୍ଜୀକରଣ ନମ୍ବର ହେଉଛି (ଓଡି୧୦ଏସ୍-୫୬୨୩) । ଗାଡ଼ି ଡାଲାରେ ନୀଳ ରଙ୍ଗର ତାରପୋଲିନ୍ ଘୋଡାଇ ଦିଆଯାଇଛି । ଗାଡ଼ିଟି ଏତେଦିନ ଧରି ଥାନା ଆଗରେ କାହିଁକି ରଖାଯାଇଛି ଜଣାପଡିନି । ଏ ସମ୍ପର୍କରେ ଜଣେ ଥାନା ଅଧିକାରୀ କହିଛନ୍ତି, ଭ୍ୟାନ୍ଟି ବୋଧ ହୁଏ ଥାନା ନିକଟରେ ଲଜ୍ରେ ରହୁଥିବା କୌଣସି ବ୍ୟକ୍ତିଙ୍କର । ଅନ୍ୟପକ୍ଷରେ ଲଜ୍ର ଜଣେ କର୍ମଚାରୀ କହିଛନ୍ତି, ତାଙ୍କ ହୋଟେଲରେ ରହୁଥିବା କୌଣସି ଅତିଥି ଭ୍ୟାନ୍ ଆଣି ନାହାନ୍ତି । ପ୍ରଶ୍ନ ଉଠୁଛି, ଏତେଦିନ ହେବ ଗାଡ଼ି ରହିଥିଲେ ବି ପୁଲିସ କାହିଁକି ଯାଞ୍ଚ କରୁନି । କିଛି ଅଘଟଣ ପରେ ଭ୍ୟାନ୍ ଡ୍ରାଇଭର ସୁରକ୍ଷା ଦୃଷ୍ଟିରୁ ଏଠାରେ ଗାଡ଼ି ରଖିନାହାନ୍ତି ତ? ଭ୍ୟାନ୍ ଖରାପ ହୋଇଛି ନା କୌଣସି ମନ୍ଦ ଉଦେ୍ଧଶ୍ୟରେ ରଖାଯାଇଛି, ତାହାର ତୁରନ୍ତ ଯାଞ୍ଚ ହେବା ଦରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons