ଦିଦି ଆସୁଛନ୍ତି

Get real time updates directly on you device, subscribe now.

ଜୀସାର୍ଥକ ଫିଲ୍ମସ୍ ଓଡ଼ିଆ ଦର୍ଶକମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେଇ ଚାଲିଛି । ଏଇ ରବିବାର ମାନେ ଆସନ୍ତା ୧୭ ତାରିଖ ସନ୍ଧ୍ୟା ସାଢେ଼ ୬ଟାରେ ମଧ୍ୟ ସେମିତି ଏକ ଓଡ଼ିଆ ସିନେମା ‘ଦିଦି ନମସ୍କାର’ ମୁକ୍ତିଲାଭ କରୁଛି । ଯାହାର ମୁଖ୍ୟ ନାୟିକ ଚରିତ୍ରରେ ଅଭିନୟ କରିଛନ୍ତି ଓଲିଉଡ ସୁନ୍ଦରୀ ଶୀତଲ । ତାଙ୍କୁ ନେଇ ପ୍ରଯୋଜନା ସଂସ୍ଥା ଏକ ଟିନ୍ ଏଜ୍ର ପ୍ରେମ କାହାଣୀକୁ ଚଳଚ୍ଚିତ୍ରରେ ଚିତ୍ରିତ କରିବାର ପ୍ରୟାସ କରିଛନ୍ତି । ପ୍ରେମର କୁହୁକରେ ବଶବର୍ତ୍ତୀ ହେବା ପରେ କିଛି ଲୋକଙ୍କ ଜୀବନଶୈଳୀ ଅଦ୍ଭୁଦ ଭାବେ ବଦଳି ଯାଉଛି । ଏପରିକି କିଛି ଅସାମାଜିକ କାମରେ ଲିପ୍ତ ଯୁବକ ବାଟକୁ ଫେରିଛନ୍ତି, ଯାହାର ଅନେକ ଉଦାହରଣ ଏଠି ରହିଛି । ଠିକ୍ ସେହିପରି ଏକ ନଷ୍ଟ ପଥର ଯାତ୍ରୀ ସାଜିଥିବା ଜଣେ ଯୁବକ ପ୍ରେମରେ ପଡ଼ିବା ପରେ ତା’ ଜୀବନରେ କି ପରିବର୍ତ୍ତନ ହେଉଛି ତାହାକୁ ଆଧାର କରି ‘ଦିଦି ନମସ୍କାର’ କାହାଣୀ ଆଗକୁ ବଢ଼ିଛି । ସିନେମାରେ ଶୀତଲଙ୍କ ସାଥୀ ସାଜିଛନ୍ତି ନବାଗତ ଶାଶ୍ୱତ । ଏମାନଙ୍କ ବ୍ୟତୀତ ପିଣ୍ଟୁ ନନ୍ଦ, ସୋମା ଭୌମିକ, ପ୍ରିୟଙ୍କା ମହାପାତ୍ର ଓ ଅନ୍ୟମାନେ ଅଭିନୟ କରିଛନ୍ତି । ଜୀସାର୍ଥକ ନିବେଦିତ ତଥା ଅଙ୍କିତା ସିନେ ପ୍ରଡrନ୍ସ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ପ୍ରଯୋଜନା ଭାର ଅଜୟ ରାଉତ ସମ୍ଭାଳିଛନ୍ତି । କାହାଣୀ, ଚିତ୍ରନାଟ୍ୟ ସହ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ । ସଙ୍ଗୀତ ନିଦେ୍ର୍ଧଶକ ପ୍ରଶାନ୍ତ ପାଢ଼ୀଙ୍କ ନିଦେ୍ର୍ଧଶନାରେ ପ୍ରସ୍ତୁତ ତିନୋଟି ଗୀତକୁ ରଚନା କରିଛନ୍ତି ଡ. ନିର୍ମଳ ନାୟକ । ସଙ୍ଗୀତରେ ସହାୟତା ସହ ସଂଯୋଜନା କରିଛନ୍ତି ସ୍ୱସ୍ତିକ । ପ୍ରଥମ ଶୀର୍ଷକ ଗୀତ ‘ଦିଦି ନମସ୍କାର’ରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ସତ୍ୟଜିତ୍ । ସେହିପରି ଦ୍ୱିତୀୟ ଗୀତ ‘ପ୍ରଥମ ଶ୍ରେଣୀ’ ସତ୍ୟଜିତ୍ ଓ ଅସୀମା ଗାଇଥିଲା ବେଳେ ତୃତୀୟ ଗୀତ ‘ମନ ହଂସିନୀ’ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ ଓ କୁଲଦୀପ ପଟ୍ଟନାୟକ । ଚଳଚ୍ଚିତ୍ରର ନିଦେ୍ର୍ଧଶନା ଦେଇଛନ୍ତି ମୃତୁ୍ୟଞ୍ଜୟ ସାହୁ(ବାପି) । ବିଭିନ୍ନ କ୍ଷେତ୍ରରୁ ବଳିÂ କରାଯାଇଥିବା ଏହି ସିନେମା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons