{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ରିପୋର୍ଟ } ; ତିର୍ତ୍ତୋଲ ବ୍ଲକରେ ଥିବା ୨୯ ଟି ପଞ୍ଚାୟତରେ ପି ଡି ଏସ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି।୨୯ ଟି ପଞ୍ଚାୟତରେ ରାଜ୍ୟ ସରକାର ୭୮ ଜଣ ଡିଲର ଙ୍କୁ ନିଯୁକ୍ତ କରି ଥିବାବେଳେ ସେହି ଡିଲର ମାନେ ପ୍ରତ୍ୟେକ ରେସନ କାର୍ଡ ହିତାଧିକାରୀ ମାନଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ପ୍ରତି ମାସରେ ପ୍ରଦାନ କରିଥାନ୍ତି।କିନ୍ତୁ ତିର୍ତ୍ତୋଲ ବ୍ଲକ ରେ ପି ଡି ଏସ ଚାଉଳ ଯୋଗାଣ କରୁଥିବା ସରୋଜ କୁମାର ଲେଙ୍କା ୧୨ ରୁ ୧୩ ବର୍ଷ ହେବ ତିର୍ତ୍ତୋଲ ବ୍ଲକ ରେ ପି ଡି ଏସ ଚାଉଳ ଯୋଗାଣ କରି ଆସୁଛି।ବିରାଦ୍ରୀ ଭାବରେ ତିର୍ତ୍ତୋଲ ବ୍ଲକରେ ଯୋଗାଣ ଦାୟିତ୍ୱ ବହନ କରୁଥିବା ଲେଙ୍କା ବାବୁ ଙ୍କ ପିତା ଯୋଗାଣ ନିରୀକ୍ଷକ ଭାବେ ରାଜ୍ୟ ସରକାରଙ୍କ ଅଧୀନରେ ଯୋଗାଣ ନିରୀକ୍ଷକ ଭାବେ ଚାକିରୀ କରି ଅବସର ଗ୍ରହଣ କରିଛନ୍ତି।ଯୋଗାଣ ବିଭାଗର ଗଳା ବାଟକୁ ଭଲ ଭାବେ ଦେଖିଥିବା ଲେଙ୍କା ବାବୁ ଙ୍କ ପିତା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ପୁତ୍ର ସରୋଜ କୁମାର ଲେଙ୍କା ଙ୍କୁ ତିର୍ତ୍ତୋଲ ବ୍ଲକ ପି ଡି ଏସ ଚାଉଳ ଯୋଗାଣ ଦାୟିତ୍ୱ ବିରାଦ୍ରୀ ଭାବେ ପ୍ରଦାନ କରା ଯାଇ ଅଛି।ଯୋଗାଣ ଦାୟିତ୍ୱ ନେବା ପରେ ଲେଙ୍କା ବାବୁ ତାଙ୍କ ଅସଲ ରୂପ ଦେଖାଇବା ଆରମ୍ଭ କରି ଦେଇଛନ୍ତି। ପ୍ରତ୍ୟେକ ଡିଲର ଙ୍କୁ ୫୦ କେଜି ଚାଉଳ ଥିବା ବସ୍ତା ପ୍ରଦାନ କରାଯିବା ନିୟମ ଥିବା ବେଳେ ୪୨ ରୁ ୪୫ କେଜି ଚାଉଳ ଥିବା ବସ୍ତା ପ୍ରଦାନ କରାଯାଉଛି।ଡିଲର ମାନେ ପ୍ରତିବାଦ କଲେ ଯୋଗାଣ ପି ଡି ଏସ ଚାଉଳ ଯୋଗାଣ କରୁଥିବା ଲେଙ୍କା ବାକୁ ପ୍ରତେକ୍ଷ୍ୟ ବା ପରୋକ୍ଷ୍ୟ ରେ ଡିଲର ମାନଙ୍କୁ ଦମକ ଦେଉଛନ୍ତି ବୋଲି କିଛି ଡିଲର ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଜଣେ ବ୍ୟକ୍ତି ୧୨ ରୁ ୧୩ ବର୍ଷ କିଭଳି ଭାବେ ପି ଡ଼ି ଏସ ଚାଉଳ ଯୋଗାଣ କରି ଏଭଳି ଦୁର୍ନୀତି କରୁଛନ୍ତି ତାହା କଣ ଯୋଗାଣ ଅଧିକାରିଣୀ ଜାଣି ପାରୁନାହାନ୍ତି ନା ଜାଣି ନ ଜାଣିବାର ଅଭିନୟ କରୁଛନ୍ତି।ପି ଡି ଏସ ଚାଉଳ ଯୋଗାଣ କରୁଥିବା ଲେଙ୍କା ବାବୁ ଙ୍କ ଘର ଜଗତସିଂହପୁର ହୋଇଥିବା ବେଳେ ଜଗତସିଂହପୁରରେ ଚାଉଳ ଗଛିତ ରଖି ତିର୍ତ୍ତୋଲ ବ୍ଲକ କୁ ପଠାଉଥିବା ଚାଉଳ ତିର୍ତ୍ତୋଲ ର ୭୮ ଜଣ ଡିଲର ପ୍ରତି ମାସରେ ଯେଉଁ କ୍ଷତି ସହୁଛନ୍ତି ସେଥି ପାଇଁ ଦାଇ କିଏ ପି ଡି ଏସ ଚାଉଳ ଯୋଗାଣ କରୁଥିବା ଲେଙ୍କା ବାବୁ ନା ତିର୍ତ୍ତୋଲ ବ୍ଲକ ଯୋଗାଣ ଅଧିକାରିଣୀ।
Comments are closed, but trackbacks and pingbacks are open.