ଦୁଇ ଆମେରିକୀୟଙ୍କୁ ମେଡିସିନ୍ରେ ନୋବେଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦୁଇ ଜଣ ଆମେରିକୀୟ ବୈଜ୍ଞାନିକ ଡାଭିଡ୍ ଜୁଲିୟସ୍ ଏବଂ ଆଡେର଼୍ମ୍ ପାଟାପୌଟିଆନ୍ଙ୍କୁ ମେଡିସିନ୍ (ଭେଷଜ) ବର୍ଗରେ ମିଳିତ ଭାବେ ନୋବେଲ ପୁରସ୍କାର ମିଳିଛି । ତାପମାତ୍ରା ଏବଂ ସ୍ପର୍ଶ ସମ୍ବେଦୀ ଜୀବକୋଷ ବିଷୟରେ ଗବେଷଣା ଓ ଏହାର ଚିହ୍ନଟ ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିଥିବା ନୋବେଲ କମିଟିର ମହାସଚିବ ଥୋମାସ୍ ପର୍ଲମାନ୍ ଘୋଷଣା କରିଛନ୍ତି । ୬୫ ବର୍ଷୀୟ ଜୁଲିୟସ୍ ଲଙ୍କାର ଆଭ୍ୟନ୍ତରୀଣ ଅଂଶ (କାପ୍ସାଇସିନ୍)କୁ ବ୍ୟବହାର କରି ଉତ୍ତାପ ପାଇଁ ପ୍ରତିକ୍ରିୟା ପ୍ରକାଶ କରୁଥିବା ସମ୍ବେଦନଶୀଳ ସ୍ନାୟୁତନ୍ତ୍ର ଚିହ୍ନଟ କରିଥିଲେ । ସେହିପରି ୫୪ ବର୍ଷୀୟ ଆଡେର଼୍ମ୍ ଶରୀର ଚଳପ୍ରଚଳରେ ଉତ୍ତେଜନା ସୃଷ୍ଟି କରୁଥିବା ଚାପସମ୍ବେଦକ ତନ୍ତ୍ର ସମ୍ପର୍କରେ ଅବଗତ କରାଇ ପାରିଥିଲେ । ପ୍ରକୃତିର ଏହି ରହସ୍ୟ ଉଭୟ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଆବିସ୍କାର । ଧରାପୃÂରେ ଜୀବ ତିÂି ରହିବାର ରହସ୍ୟ ବିଷୟରେ ଏହି ଆବିସ୍କାର ଅନେକ ତଥ୍ୟ ପ୍ରଦାନ କରିଛି ।
୧୮୯୫ରେ ମୃତୁ୍ୟବରଣ କରିଥିବା ସ୍ୱିଡେନ୍ର ବୈଜ୍ଞାନିକ ଆଲ୍ଫ୍ରେଡ୍ ନୋବେଲ୍ଙ୍କ ସ୍ମୃତିରେ ତାଙ୍କ ଦ୍ୱାରା ଜମା କରାଯାଇଥିବା ପାଣ୍ଠିରୁ ଏହି ପୁରସ୍କାର ସ୍ୱରୂପ ଏକ ସ୍ୱର୍ଣ୍ଣପଦକ ଓ ୧୧.୪ ଲକ୍ଷ ଡଲାର ଅର୍ଥରାଶି ପ୍ରଦାନ କରାଯାଇଥାଏ । ଜଳିତ ବର୍ଷ ଏହା ନୋବେଲ ପୁରସ୍କାର ସମ୍ପର୍କରେ ପ୍ରଥମ ଘୋଷଣା । ମେଡିସିନ୍ ବ୍ୟତୀତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଗତ ବର୍ଷ ଆମେରିକାର ହାର୍ବେ ଅଲ୍ଟର ଓ ଚାର୍ଲସ୍ ରାଇସ୍ ଏବଂ ବ୍ରିଟେନ୍ର ମାଇକେଲ୍ ହଗ୍ଟନ୍ ହେପାଟାଇଟିସ୍-ସି ଭୂତାଣୁ ଆବିସ୍କାର କରି ମିଳିତ ଭାବେ ମେଡିସିନ୍ରେ ନୋବେଲ ପୁରସ୍କାର ପାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons