ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା

Get real time updates directly on you device, subscribe now.

ଜାମଗାଁ,(ବି.ବି.ନୁ୍ୟଜ): ଝାରସୁଗୁଡା ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଜାମଗାଓଁ ରେଳ ଷ୍ଟେସନ୍ ନିକଟରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ଗୋଟିଏ ମାଲବାହୀ ଟ୍ରେନ୍ ଯାଉଥିବା ବେଳେ ପଛପଟୁ ଆସି ଅନ୍ୟ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଛି । ଯେଉଁଥିରେ ୬ରୁ ଅଧିକ ୱାଗନ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି । ଏହି ଘଟଣା ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ଷ୍ଟେସନ୍ରେ ଅନେକ ଟ୍ରେନ୍ ଅଟକି ରହିଛି । ରେଳ ବିଭାଗର ବରିÂ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏହି କାରଣରୁ ମୁମ୍ୱାଇ-ହାୱଡ଼ା ମାର୍ଗ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ଟ୍ରେନ୍ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । କିନ୍ତୁ ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଛି । ଏ ସମ୍ପର୍କରେ ରାୟଗଡ଼ ରେଳବାଇ ଏସ୍ପି ରାଜେଶ କୁକ୍ରେଜା ଏକ ପ୍ରେସ୍ ଇସ୍ତିହାରରେ ପ୍ରକାଶ କରିଛନ୍ତି । କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons