ଧରାପଡ଼ିଲେ ୨ ହାଇସ୍କୁଲ ଶିକ୍ଷକ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ୨ ଜଣ ହାଇସ୍କୁଲ ଶିକ୍ଷକ ଶିକ୍ଷା ବିଭାଗ ହାତରେ ଧରାପଡ଼ିଛନ୍ତି । ଏହି ଦୁଇ ଶିକ୍ଷକ ହେଲେ କାଶୀପୁର ବ୍ଲକ ଚନ୍ଦ୍ରଗିରି ଅପଗ୍ରେଡ଼ ଉଚ୍ଚବିଦ୍ୟାଳୟର ଦିଲେଶ୍ୱର ପାତିକା ଏବଂ ପଦ୍ମପୁର ବ୍ଲକ ଆଖୁସିଂ ବାପୁଜୀ ଉଚ୍ଚବିଦ୍ୟାଳୟର ରମାକାନ୍ତ ପାତିକା । ସମ୍ପର୍କରେ ଦୁଇ ଭାଇ । ଯୁକ୍ତ ଦୁଇ ଜାଲ୍ ସାର୍ଟିଫିକେଟ ଦେଇ ଏମାନେ ଗତ ୮ ବର୍ଷରୁ ଅଧିକ ଦିନ ହେବ ଚାକିରି କରିଆସୁଛନ୍ତି । ଏହା ସ୍ପଷ୍ଟ ହେବା ପରେ ପରେ ଦିଲେଶ୍ୱରଙ୍କ ନାଁରେ ରାୟଗଡ଼ା ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ପୂର୍ଣ୍ଣଚନ୍ଦ୍ର ବରିହା । ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଶିକ୍ଷକ ରମାକାନ୍ତଙ୍କ ନାଁରେ ବୁଧବାର ପଦ୍ମପୁର ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି ଡିଇଓ ଶ୍ରୀ ବରିହା ।
ଡିଓଇଙ୍କ ସୂଚନା ଅନୁଯାୟୀ, ଦିଲେଶ୍ୱର ଏବଂ ରମାକାନ୍ତ ମଧ୍ୟପ୍ରଦେଶ ମୁକ୍ତ ଶିକ୍ଷାବୋଡର଼୍ର ଯୁକ୍ତ ଦୁଇ ସାର୍ଟିଫିକେଟ ପ୍ରଦାନ କରି ଚାକିରି କରିଆସୁଛନ୍ତି । ୨୦୦୮ରେ ସେମାନେ ଯୁକ୍ତ ଦୁଇ ପାସ୍ କରିଥିବା ସାର୍ଟିଫିକେଟ୍ରେ ଉଲ୍ଲେଖ ରହିଛି । ଏ ସଂପର୍କରେ ଅଭିଯୋଗ ହେବାପରେ ବିଭାଗ ପକ୍ଷରୁ ମଧ୍ୟପ୍ରଦେଶ ମୁକ୍ତ ଶିକ୍ଷାବୋଡର଼୍କୁ ଯାଞ୍ଚ ଅବଗତ କରାଯାଇଥିଲା । ଉଭୟ ସାର୍ଟିଫିକେଟର ସତ୍ୟତା ସଂପର୍କରେ ଲିଖିତ ଭାବେ ଜଣାଇବାକୁ ନିବେଦନ କରାଯାଇଥିଲା । ଏଭଳି ନାଁରେ କୌଣସି ବ୍ୟକ୍ତି ଯୁକ୍ତ ଦୁଇ ପାସ୍ କରିନଥିବା କିମ୍ବା ସାର୍ଟିଫିକେଟ ପ୍ରଦାନ କରାଯାଇନଥିବା ତାଙ୍କୁ( ଡିଇଓଙ୍କୁ) ପତ୍ର ମାଧ୍ୟମରେ ମଧ୍ୟପ୍ରଦେଶ ମୁକ୍ତ ଶିକ୍ଷାବୋର୍ଡ ପକ୍ଷରୁ ଜଣାଇ ଦିଆଯାଇଛି ।
ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । ମାଧ୍ୟମିକ ଶିକ୍ଷା ବିଭାଗର ନିଦେ୍ର୍ଧଶରେ ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସୂଚନାଥାଉକି, ଗୁଡ଼ାରୀ ବ୍ଲକ ପାଣିଡଙ୍ଗର ଗାଁର ବାଳକୃଷ୍ଣ ଗମାଙ୍ଗ ପ୍ରଥମେ ଏହି ଜାଲ୍ ସାର୍ଟିଫିକେଟ ସଂପର୍କରେ ଅଭିଯୋଗ କରିଥିଲେ । ଦିଲେଶ୍ୱର ଏବଂ ରମାକାନ୍ତ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ରାଜ୍ୟ ଏବଂ ଜିଲ୍ଲା ଶିକ୍ଷା ବିଭାଗ ସମେତ ଭିଜିଲାନ୍ସ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ । ଅଭିଯୋଗ ପାଇବା ପରେ ଜୟପୁର ଭିଜିଲାନ୍ସ ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଜାନୁୟାରୀ ୨୭ ତାରିଖରେ ଚିଠି ନମ୍ବର ୭୦ରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିଲା । ଅଭିଯୋଗର ଅନୁସନ୍ଧାନ ଲାଗି କୁହାଯାଇଥିଲା । ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ଗତ ଜୁନ ୨୫ ତାରିଖରେ ଚିଠି ନମ୍ବର ୧୭୪୧୧ରେ ପତ୍ର ଲେଖାଯାଇ ଏହାର ତଦନ୍ତ ନିଦେ୍ର୍ଧଶ ଦିଆଯାଇଥିଲା । ଉଭୟ ଭିଜିଲାନ୍ସ ଏବଂ ରାଜ୍ୟ ଶିକ୍ଷା ବିଭାଗର ନିଦେ୍ର୍ଧଶ ପାଇବା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଦିଲେଶ୍ୱର ଓ ରମାକାନ୍ତଙ୍କ ସମସ୍ତ ସାର୍ଟିଫିକେଟ ପୁନର୍ବାର ମଗାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପ୍ରକ୍ରିୟାରେ ଉଭୟଙ୍କ ଯୁକ୍ତ ଦୁଇ ସାର୍ଟିଫିକେଟ ଜାଲ୍ ରହିଥିବା ସ୍ପଷ୍ଟ ହୋଇସାରିଛି । ଏହା ଜଣାପଡ଼ିବା ପରେ ଶିକ୍ଷା ବିଭାଗରେ ହଇଚଇ ସୃଷ୍ଟି ହୋଇଛି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ପାଇଥିବା ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ନକଲି ରହିଥିବା ବାରମ୍ବାର ଅଭିଯୋଗ ହେବାପରେ ଏହାର ଅନୁସନ୍ଧାନ ଜାରି ରହିଛି । ହେଲେ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସାର୍ଟିଫିକେଟ ଜାଲ୍ ପ୍ରମାଣିତ ହେବା ନିଶ୍ଚିତ ଭାବେ ଶିକ୍ଷା ବିଭାଗର କାର୍ଯ୍ୟ ପ୍ରତି ଅଙ୍ଗୁଳି ନିଦେ୍ର୍ଧଶ କରୁଛି । ନିଯୁକ୍ତି ଦେଇଥିବା ତକ୍ରାଳୀନ ଜିଲ୍ଲା ଶିକ୍ଷାଧିକାରୀ ପ୍ରେମାନନ୍ଦ ରାଉତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁÂାନ ଲାଗି ଶିକ୍ଷାବିତମାନେ ଦାବି କରିଛନ୍ତି । କାରଣ ତାଙ୍କ କାର୍ଯ୍ୟକାଳ ସମୟରେ ହିଁ ଜିଲ୍ଲାରେ ସର୍ବାଧିକ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ଏମିତିକି କୋଲନରା ବ୍ଲକରୁ ନିକଟରେ ଅବସର ନେଇଥିବା ଜଣେ ଅତିରିକ୍ତ ଗୋÂୀ ଶିକ୍ଷାଧିକାରୀଙ୍କ ବିଇଡି ସାର୍ଟିଫିକେଟ ଜାଲ୍ ରହିଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ତୁରନ୍ତ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ଆହୁରି ଅନେକ ରହସ୍ୟ ପଦାକୁ ଆସିପାରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons