ଧାମନଗର ଏନଏସି ନିର୍ବାଚନ ଫଳାଫଳ :ନିବେଦିତା ଜେନା ହେଲେ ପ୍ରଥମ ଅଧ୍ୟକ୍ଷା

Get real time updates directly on you device, subscribe now.

ଧାମନଗର, (ବି.ବି.ନୁ୍ୟଜ): ଧାମନଗର ଏନଏସିିରେ ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ନିବେଦିତା ଜେନା ଏହି ଏନଏସିର ପ୍ରଥମ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ସେ ୧୦୪୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ ପରାଜିତ କରିଛନ୍ତି ।
ଧାମନଗର ଏଥର ନୂଆ ଏନଏସି ଭାବେ ନିର୍ବାଚନ ହୋଇଥିଲା । ମାର୍ଚ୍ଚ ୨୪ ତାରିଖରେ ପ୍ରଥମ ମତଦାନ ହୋଇଥିଲା । କେତେକ ବୁଥରେ ଗଣ୍ଡଗୋଳ ଯୋଗୁଁ ଜିଲ୍ଲାପାଳ ନିର୍ବାଚନ ସ୍ଥଗିତ ରଖିଥିଲେ । ରାଜ୍ୟ ନିର୍ବାଚନ ଆୟୋଗ ଏପ୍ରିଲ ୫ରେ ପୁନଃ ମତଦାନ ଓ ୬ରେ ଗଣତି ପାଇଁ ତାରିଖ ଘୋଷଣା କରିଥିଲେ । ଗତ କାଲି ମତଦାନ ସରିଥିଲା ବେଳେ ଆଜି ଗଣତି ସହ ଫଳାଫଳ ପ୍ରକାଶ ପାଇଛି । ୧୧ ଟି ୱାଡର଼୍କୁ ନେଇ ଗଠିତ ଧାମନଗର ଏନଏସରେ ୧ ନମ୍ବର ଓ ୭ ନମ୍ବର୍ ୱାର୍ଡରେ ବିଜେପି କାଉନସିଲର ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ୯ଟି ୱାର୍ଡରେ ବିଜେଡି ବାଜିମାତ କରିଛି । ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନାଙ୍କୁ ୬୦୨୬ ଖଣ୍ଡ ଭୋଟ ମିଳିଥିବା ବେଳେ, ବିଜେପି ପ୍ରାର୍ଥୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ୪୯୮୦ ଭୋଟ , ଆପ୍ର ପ୍ରମିଳା ବେହେରାଙ୍କୁ ୪୮ ଓ କଂଗ୍ରେସର ପ୍ରମିଳା ସେଠୀଙ୍କୁ ୨୨୧୪ ଖଣ୍ଡ ଭୋଟ ମିଳିଥିବା ଜଣାପଡ଼ିଛି । ଧାମନଗର ଅଞ୍ଚଳରେ ୧୪୪ ଧାରା ଲାଗୁ ଥିବାରୁ କୌଣସି ଶୋଭାଯାତ୍ରା ହୋଇପାରି ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons