ନକଲି ଜାତି ପ୍ରମାଣପତ୍ର ଦେଇ ଚାକିରି!

Get real time updates directly on you device, subscribe now.

କୋଷାଗୁମୁଡା,(ବି.ବି.ନୁ୍ୟଜ): ନକଲି ଜାତିଗତ ପ୍ରମାଣପତ୍ର ଦେଇ ଉମରକୋଟ ବ୍ଲକ ବୁର୍ଜାସ୍ଥିତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଚାକିରି କରିଥିବା ଅଭିଯୋଗ ହୋଇଛି । ଜନଜାତି ସୁରକ୍ଷା ମଞ୍ଚ ଓ ଆଟିଗାଁ ପଞ୍ଚାୟତ ଗାଟିବେଡା ଗ୍ରାମବାସୀ ଏହାକୁ ନେଇ କୋଡିଙ୍ଗା ତହସିଲଦାରଙ୍କ ନିକଟରେ ଫେରାଦ ଦେଇଛନ୍ତି । ଏହାର ତଦନ୍ତ କରିବାକୁ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ନବରଙ୍ଗପୁର ଜିଲ୍ଲା ସମ୍ପାଦକ ଜୟରାମ ଭତରା, ଜନଜାତି ସୁରକ୍ଷା ମଞ୍ଚ ସାଧାରଣ ସମ୍ପାଦକ ରତନ ମାଝି, ରଘୁ ଭତରା, ଲକ୍ଷୀଚନ୍ଦ୍ର ପୂଜାରୀ, ଶିବ ମାଝି, ରଘୁ ଭତରା, ବିକ୍ରମ ମାଝି, ଦୂରସାୟ ମାଝି, ସଦା ମାଝି, ରନୁ ଭତରା ପ୍ରମୁଖ ଦାବି କରିଛନ୍ତି ।
ଅଭିଯୋଗ ଅନୁସାରେ, କୋଷାଗୁମୁଡା ବ୍ଲକ ଆଟିଗାଁ ପଞ୍ଚାୟତ ଗାଟିବେଡା ଗାଁର ଅମିତା ଭତରା ନିଜକୁ ସେହି ଗାଁର ସନମତି ମାଝୀ ଓ ସ୍ୱାମୀ ସ୍ୱର୍ଗତ ସନାଧର ମାଝିଙ୍କ ଝିଅ ଦର୍ଶାଇ କୋଡିଙ୍ଗା ତହସିଲ କାର୍ଯ୍ୟାଳୟରୁ ଜାତିଗତ ପ୍ରମାଣ ପତ୍ର ପାଇଛନ୍ତି । ପ୍ରମାଣ ପତ୍ରରେ ତାଙ୍କ ପିତାଙ୍କ ନାମ ସନାଧର ମାଝି ରହିଛି । ସନାଧରଙ୍କ ମୃତୁ୍ୟ ହୋଇଥିବାବେଳେ ତାଙ୍କର ୪ ଜଣ ପୁଅ ଓ ଗୋଟିଏ ଝିଅ ରହିଛି । ଏମାନେ ହେଲେ ଦୂରସାୟ ମାଝି, ସଦା ମାଝି, ରାମ ମାଝି, ରଘୁ ମାଝି ଏବଂ କଳାବତୀ ମାଝି । ସନାଧରଙ୍କ ଅମିତା ନାମରେ କୌଣସି ଝିଅ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons