ନବନିଯୁକ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର : କୃଷି ବିଭାଗରେ ନବନିଯୁକ୍ତ ସହକାରୀ ଅଧିକାରୀ ଏବଂ ଓଡ଼ିଶା କାଜୁ ଉନ୍ନୟନ ନିଗମର ଅଧିକାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ 5T ନୀତି ଅନୁସରଣ କରି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।କୃଷି ଓ କୃଷକଙ୍କ ଉନ୍ନତି ପାଇଁ କୃଷି ବିଭାଗରେ ୨୨ଜଣ ଓ କାଜୁ ଉନ୍ନୟନ ନିଗମରେ ୫୩ଜଣ ଅଧିକାରୀ ନିଯୁକ୍ତି ପାଇଛନ୍ତି।

ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଯୁବ ଅଧିକାରୀଙ୍କ ନିଯୁକ୍ତି କୃଷି କ୍ଷେତ୍ରରେ ନୂଆ ଉର୍ଜା ଭରିବା ସହ ସେମାନଙ୍କ ନିଷ୍ଠାପର କାର୍ଯ୍ୟ ଯୋଜନାର ସଫଳ ରୂପାୟନରେ ବେଶ ସହାୟକ ହେବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ନବନିଯୁକ୍ତଙ୍କୁ ଦିଗଦର୍ଶନ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons