ନବୀନଙ୍କୁ ଭେଟିଲେ କାନିମୋଝି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ନବୀନ ନିବାସରେ ଭେଟିଛନ୍ତି ଡିଏମ୍କେ ସଂସଦୀୟ ଦଳ ଉପନେତା କାନିମୋଝି କରୁଣାନିଧୀ । ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ବେଳେ କାନିମୋଝି ଦୁଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।
ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ଚିଠି ନବୀନଙ୍କୁ ଦେଇଛନ୍ତି । ଗ୍ରାମାଞ୍ଚଳର ଗରିବ ପିଲାମାନେ ନିଟ୍ ପରୀକ୍ଷା ନେଇ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସଂପର୍କରେ ଏ ଚିଠିରେ ଉଲ୍ଲେଖ ରହିଛି । ଚଳିତବର୍ଷ ନିଟ୍ ପରୀକ୍ଷା ବାତିଲ ଦାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଥିବା ଷ୍ଟାଲିନ ଏହି ପ୍ରସଙ୍ଗରେ ଅନ୍ୟ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି । ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ ସେ ନବୀନଙ୍କୁ ଅନୁରାଧ କରିଛନ୍ତି ।
ଷ୍ଟାଲିନ ଏବେ ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ସବୁ ବର୍ଗର ପିଲାଙ୍କ ପାଇଁ ଏହି ପରୀକ୍ଷା କିପରି ସମ୍ଭବପର ହାଇପାରିବ ସେ ନେଇ ଷ୍ଟାଲିନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର କାନିମାଝିଙ୍କ ସହ ଆଲାଚନାବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବରୁ କେନ୍ଦ୍ର ସରକାରଙ୍କ ପାଖରେ ଜାତୀୟସ୍ତରର ପରୀକ୍ଷା ଯଥା ଆଇଆଇଟି, ୟୁପିଏସସି ଓ ନିଟ୍ରେ ଗୁରୁତ୍ୱ ଓ ଏହାକୁ ନେଇ ପିଲାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ସବୁ ବର୍ଗର ପିଲାମାନଙ୍କୁ ସୁଯୋଗ ଦେବାକୁ ସେ ଦାବି ଉଠାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons