ନଭେମ୍ବର ୪ରୁ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି:ରାଜେଶ ଧୂପର ଓଡ଼ିଶା ଅଧିନାୟକ

Get real time updates directly on you device, subscribe now.

କଟକ: ବିସିସିଆଇ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ୍ ଆସନ୍ତା ନଭେମ୍ବର ମାସରେ ଖେଳାଯିବ । ଏନେଇ ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ ରାଜ୍ୟ ଦଳ ଘୋଷଣା କରାଯାଇଛି । ୨୦ ଜଣିଆ ଏହି ଦଳର ନେତୃତ୍ୱ ନେବେ ରାଜେଶ ଧୂପର ।
ଓଡ଼ିଶା ଦଳ ଆସନ୍ତା ୨୭ରେ ଲକ୍ଷେ୍ନø ଯାତ୍ରା କରିବ । ନଭେମ୍ବର ୪ ତାରିଖରେ ଗୋଆ ବିପକ୍ଷରେ, ୫ତାରିଖରେ ତାମିଲନାଡୁ ବିପକ୍ଷରେ, ୬ ତାରିଖରେ ମହାରାଷ୍ଟ୍ର ବିପକ୍ଷରେ, ୮ତାରିଖରେ ପଞ୍ଜାବ ବିପକ୍ଷରେ ଓ ୯ତାରିଖରେ ପଣ୍ଡିଚେରୀ ବିପକ୍ଷରେ ମ୍ୟାଚ ଖେଳିବ । ତେବେ ଏହାପୂର୍ବରୁ ଓଡ଼ିଶା ରାୟପୁର ଯାଇ ଛତିଶଗଡ଼ ବିପକ୍ଷରେ ୪ଟି ଅଭ୍ୟାସ ମ୍ୟାଚ ଖେଳିବ ବୋଲି ଓସିଏ ତରଫରୁ ସିନିୟର ଚୟନ କମିଟିର ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଓଡ଼ିଶା ଦଳ : ରାଜେଶ ଧୂପର (ଅଧିନାୟକ/ୱିକେଟରକ୍ଷକ), ଗୌରବ ଚୌଧୁରୀ, ଅନୁରାଗ ଷଡଙ୍ଗୀ, ଅଂଶୁମାନ ରଥ (ୱିକେଟ ରକ୍ଷକ), ସନ୍ଦୀପ ପ;ନାୟକ, ଶୁଭ୍ରାଂଶୁ ସେନାପତି, ଅଭିଷେକ ଯାଦବ, ପ୍ରତୀକ ଦାସ, ଗୋବିନ୍ଦ ପୋଦ୍ଧାର, ରାଜେଶ ମହାନ୍ତି, ତାରିଣୀ ସ, ବି.ଶିବା, ଆଶିଷ ରାଏ, ଦେବବ୍ରତ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ପ୍ରୟାସ ସିଂହ ଠାକୁର, ପପୁ ରାୟ, ହର୍ଷିତ ରାଥୋଡ଼, ବିକାଶ ରାଉତ, ଜୟନ୍ତ ବେହେରା ଓ ଅଭିଷେକ ରାଉତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons