ନାବାଳିକାକୁ ଅପହରଣ ଓ ବଳାକ୍ରାର ମାମଲା :ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳର କାୟମଡିହି ଗ୍ରାମର ଏକ ନାବାଳିକାକୁ ଅପହରଣ ପରେ ବଳାକ୍ରାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି । ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୯ ହଜାର ଟଙ୍କା ଜରିମାନା କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ସୁମିତା ଜେନା । ଅଭିଯୁକ୍ତ ଜଣକ ହେଲେ ବହଳଦା ଥାନା ଅନ୍ତର୍ଗତ ରେଡାମ ଗ୍ରାମର ଶେଖର ମୁର୍ମୁ (୩୦) । ଆସାମୀକୁ ପୋକ୍ଟ ଆକ୍ଟର ଧାରା ୬ ଅନୁଯାୟୀ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜରିମାନା ନିଦେ୍ର୍ଧଶ ରହିଛି । ଏହା ସହିତ ଅନାଦେୟ ଅଧିକ ଦୁଇ ମାସ ଜେଲଦଣ୍ଡ, ୩୬୩ ଆଇପିସିରେ ୩ ବର୍ଷ ଜେଲ ଦଣ୍ଡ ସହିତ ୧ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ ମାସ ଓ ୪ ପୋେrା ଆକ୍ଟରେ ୭ ବର୍ଷ ଜେଲ କାରାଦଣ୍ଡାଦେଶ ସହିତ ତିନିହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ ମାସ ଜେଲ ଦଣ୍ଡ ଭୋଗିବାକୁ ମାନ୍ୟବର ବିଚାରପତି ସୁମିତା ଜେନାଙ୍କ ନିଦେ୍ର୍ଧଶ ରହିଛି ।
ସୂଚନାରୁ ପ୍ରକାଶ ତିରିଂ ଥାନା ଅନ୍ତର୍ଗତ ନବମ ଶ୍ରେଣୀର ଜନୈକା ୧୫ ବର୍ଷୀୟା ନାବାଳିକା ୨୦୧୪ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ଶୌଚ ହେବାକୁ ଯିବାବେଳେ ଅଭିଯୁକ୍ତ ଜଣକ ତାକୁ ଅପହରଣ କରି ନେଇଥିଲା । ଅଭିଯୁକ୍ତ ସହ ନାବାଳିକାକୁ ଗ୍ରାମର ଅନେକ ଲୋକ ଦେଖିଥିଲେ । ଝିଅ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ଅଭିଯୁକ୍ତ ଜଣକ ତାକୁ ବାଇକ୍ରେ ଟାଟା ଆଡ଼କୁ ନେଇ ଯାଇଥିବା ପଡୋଶୀଙ୍କ ଠାରୁ ଖବର ପାଇ ନାବାଳିକାର ବାପା ତିରିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଅଭିଯୁକ୍ତ ତାକୁ ଗୁଜୁରାଟ ନେଇ ଯାଇଥିବା ଝିଅ ଫୋନ୍ ମାଧ୍ୟମରେ ପରିବାର ଲୋକଙ୍କୁ ଜଣାଇଥିଲେ । ଝିଅ ବାପାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ତିରିଂ ପୁଲିସ୍ ତଦନ୍ତ କରି ଆସାମୀକୁ ଗିରଫ କରିବା ସହ ତା ବିରୋଧରେ ୩୬୩, ୩୭୬ ଓ ପୋସ୍କା ଆକ୍ଟର ୪, ୬ ଅଭିଯୋଗ ଫର୍ଦ୍ଧ ଦାଖଲ କରିଥିଲା । ପୀଡିତା ନାବାଳିକା ମଧ୍ୟ ମାଜିଷ୍ଟେ୍ରଟଙ୍କ ସାମନାରେ ବୟାନ ରଖିଥିଲା । ଆସାମୀ ୨୦୧୪ ସେପ୍ଟେମ୍ବର ୯ ତାରିଖରୁ ବିଚାରଧୀନ କଏଦୀ ଭାବେ ରହି ଆସୁଥିଲା । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons