ନାବାଳିକା ବଳାକ୍ରାରୀକୁ ୨୦ ବର୍ଷ ଜେଲ୍

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କୁ ବଳାକ୍ରାର କରିିଥିବା ବଳାକ୍ରାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୩୮ ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ଆଉ ୨ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ଶୁକ୍ରବାର ଏଭଳି ଏକ ସମ୍ବେଦନଶୀଳ ମାମଲାର ବିଚାର କରି ବାଲେଶ୍ୱର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଏହି ରାୟ ଶୁଣାଇଛନ୍ତି । ଏହା ସହ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ରାୟରେ ସ୍ପଷ୍ଟ କରିଛନ୍ତି ।
ସୂଚନା ମୁତାବକ, ବାଲିଆପାଳ ଥାନା ଅନ୍ତର୍ଗତ ୧୫ ବର୍ଷୀୟା ଜଣେ ନାବାଳିକାଙ୍କର ମୋବାଇଲରେ ଅଜଣା ଯୁବକଙ୍କ ସହ ପ୍ରେମ ଗଡ଼ି ଉଠିଥିଲା । ଯୁବକ ଜଣକ ନାବାଳିକାଙ୍କୁ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଯୁବକର କଥାକୁ ବିଶ୍ୱାସ କରି ୨୦୧୯ ମେ ୧୭ ତାରିଖରେ ନାବାଳିକା ଜଣକ ଘର ଛାଡ଼ି ତା’ ସହ ଯାଇଥିଲେ । ତେବେ ସେହିଦିନ ସନ୍ଧ୍ୟାରେ ସେମାନେ ବାଇକ୍ରେ ଯାଉଥିଲେ । ହାସିମ୍ପୁରସ୍ଥିତ ସୂତାମିଲ୍ ପଛପଟେ ଥିବା ନିଛାଟିଆ ଜାଗାରେ ଯୁବକ ଜଣକ ବାଇକ୍ ଅଟକାଇବା ସହ ନାବାଳିକାଙ୍କୁ ଅନ୍ଧାରକୁ ଟାଣି ନେଇଥିଲେ । ମାତ୍ର ନାବାଳିକା ଜଣକ ଏଥିରେ ପ୍ରତିବାଦ କରିବାରୁ ତାଙ୍କୁ ଯୁବକ ଜଣକ ତାଙ୍କ ହାତ ବାନ୍ଧି ବଳାକ୍ରାର କରିଥିଲେ । ନାବାଳିକା ଚିକ୍ରାର କରିବାରୁ ଧାରୁଆ ଅସ୍ତ୍ରରେ ତାଙ୍କ ଗାଲ, ବେକ, ଯୌନାଙ୍ଗକୁ କାଟି ଦେଇଥିଲେ । ନାବାଳିକା ଜଣକ ଜୋର ଚିକ୍ରାର କରିବାରୁ ଯୁବକ ଜଣକ ସେଠାରୁ ପଳାଇ ଯାଇଥିଲେ । ଏହି କଥା ଆଉ କାହା ଆଗରେ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।
ପାଟି ଶୁଣି ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ବାଲିଆପାଳ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ନାବାଳିକାର ବାପା ଡାକ୍ତରଖାନାରେ ପହଞ୍ଚିଥିଲେ । ଝିଅଠାରୁ ସମସ୍ତ କଥା ଶୁଣିବା ପରେ ଏନେଇ ବାଲିଆପାଳ ଥାନାରେ ୧୯ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକ୍ରମେ ପୁଲିସ କେସ୍ ନଂ ୭୬/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍ ତଦନ୍ତ ବେଳେ ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗ୍ରାମର ଅନନ୍ତ କୁମାର ଦାସ(୨୬)କୁ ଗିରଫ କରିଥିଲା । ସେବେଠାରୁ ଏହି ମାମଲା ପୋକ୍ସୋ କୋର୍ଟରେ(ସ୍ୱତନ୍ତ୍ର କେସନ ନଂ ୧୫୩/୧୯, ଟ୍ରାଏଲ ନଂ ୯୪/୨୦୧୯) ବିଚାରାଧୀନ ଥିଲା । ୧୨ଜଣ ସାକ୍ଷୀ, ସମସ୍ତ ଜସ୍ତାବିଜ୍କୁ ଅଧାର କରି ବିଚାରପତି ଶ୍ରୀ ମହାନ୍ତି ଏହି ରାୟ ପ୍ରଦାନ କରିଥିଲେ । ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons