ନାବାଳିକା ବଳାକ୍ରାର, ଖୁଣ୍ଟରେ ବାନ୍ଧି ମାଡ଼ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ରଣପୁର,(ବି.ବି.ନୁ୍ୟଜ): ନୟାଗଡ଼ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ପଞ୍ଚାୟତରେ ଜନୈକା ଅନୁସୂଚିତ ଜାତିର ନାବାଳିକାଙ୍କୁ ବଳାକ୍ରାର ଓ ବିଦୁ୍ୟତ୍ ଖୁଣ୍ଟରେ ବାନ୍ଧି ମାଡ଼ ମରାଯିବା ଘଟଣାରେ ଆଜି ପୁଲିସ ମୁଖ୍ୟ ଅଭିଯୁକ୍ତ କୃଷ୍ଣବଲ୍ଲଭ ପରିଡ଼ା ଓରଫ୍ ବାବୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ସମ୍ପର୍କରେ ଗତକାଲି ରଣପୁର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ପୋକ୍ସୋ ଆକ୍ଟ ଓ ଏକ ବଳାକ୍ରାର ମାମଲା ରୁଜୁ କରି ଗତକାଲି ୪ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୁଖ୍ୟ ଅଭିଯୁକ୍ତ ବାବୁକୁ ଅଟକ ରଖି ଆଜି ଡାକ୍ତରୀ ମାଇନା ଓ ଅଧିକ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଆଉ କେତେକ ଅଭିଯୁକ୍ତ ଫେରାର ଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିବାକୁ ତନାଘନା ଜାରି ରଖିଛି ।
ଘଟଣାରୁ ପ୍ରକାଶ, ଅନୁସୂଚିତ ଜାତିର ଜନୈକା ନାବାଳିକାକୁ ସେହି ଗ୍ରାମର ବାବୁ କୁଆଡେ ବଳାକ୍ରାର କରିଆସୁଥିଲା । ପରିବାର ଏହା ଜାଣିବା ପରେ ପ୍ରଥମେ ପଞ୍ଚାୟତରେ ଅଭିଯୋଗ କରିଥିଲେ । ପଞ୍ଚାୟତରେ କୌଣସି ସମାଧାନ ନହେବାରୁ ଗତକାଲି ପୀଡ଼ିତାଙ୍କ ବାପା ରଣପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ବାବୁକୁ ଥାନାକୁ ଆଣି ପଚରାଉଚରା କରିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାବୁର ପରିବାର ପୀଡ଼ିତାଙ୍କୁ ଏକ ବିଦୁ୍ୟତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏପରିକି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଖବର ପାଇ ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ୬ଜଣଙ୍କୁ ଗିରଫ କରିଥିଲା । ଆଜି ମୁଖ୍ୟ ଅଭିଯୁକ୍ତ ବାବୁକୁ ଗିରଫ କରି କୋର୍ଟ ଚାଲାଣ କରିିଥିଲା । କୋର୍ଟରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons