ନାଳରେ ଖସି ମହିଳାଙ୍କ ମୃତୁ୍ୟ

Get real time updates directly on you device, subscribe now.

ବନ୍ଧୁଗାଁ, (ବି.ବି.ନୁ୍ୟଜ): ବନ୍ଧୁଗାଁ ଥାନା କୁଟ୍ରାବେଡା ପଞ୍ଚାୟତ ପାଲାକା ଗାଁରେ ନାଳରେ ଖସି ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ମୃତାଜଣଙ୍କ ହେଲେ କମସେଲି ମେଲେକା (୪୮) । ଗତ ବୁଧବାର ରାତିରେ ଖାଇସାରି ତାଙ୍କ ଜମିକୁଡିଆକୁ ଯାଉଥିବା ବେଳେ ବାଟରେ ଥିବା ଏକ ନାଳରେ ପାଦ ଖସିଯାଇଥିଲା । ଫଳରେ ତାଙ୍କ ମୃତୁ୍ୟ ହୋଇଥିଲା । ସକାଳେ କମସେଲି କୁଡିଆରେ ନଥିବାରୁ ପରିବାର ସହ ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ । ପରେ ନାଳରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏନେଇ ଥାନାରେ ଏତଲା ଦେବା ପରେ ଏଏସଆଇ ବି.ଟି.ସାଧୁ ୯/୨୧ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇଥିଲେ । ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିବା ପୁଲିସ କହିଛି । ମୃତାଙ୍କ ସ୍ୱାମୀ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଆର୍ଥିକ ସହାୟତା ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons