ନୀଳଗିରି ମୁହାଁ ଝାଡ଼ଖଣ୍ଡ ହାତୀ

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ): କିଛି ମାସର ବ୍ୟବଧାନ ପରେ ପୁଣି ନୀଳଗିରି ଆଡ଼କୁ ମାଡ଼ିଆସୁଛନ୍ତି ଝାଡ଼ଖଣ୍ଡ ହାତୀ । ଏଭଳି ଘଟଣା ପ୍ରଚାର ପରେ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି ।
ସୂଚନାରୁ ପ୍ରକାଶ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଦୀର୍ଘ ମାସ ଧରି କିଛି ଝାଡ଼ଖଣ୍ଡ ହାତୀ ଅଛନ୍ତି । ଆଖପାଖ ଅଞ୍ଚଳରେ ମଧ୍ୟ ଉପଦ୍ରବ କରୁଛନ୍ତି । ହେଲେ ଦୁଇଟି ହାତୀ ମଙ୍ଗଳବାର ସନ୍ଧ୍ୟାରେ ନଡ଼ପୁର ଜଙ୍ଗଲରୁ ବାହାରି ନୀଳଗିରି ଆଡ଼କୁ ମୁହାଁଇଛନ୍ତି । ରାତି ୮ଟା ବେଳକୁ ଦୁଇଟି ହାତୀ ଭୀମଦା ଅଞ୍ଚଳରେ ପହଞ୍ଚିଥିବା ବେଳେ ଗୋଟିଏ ହାତୀ ଦଲକୀ ଜଙ୍ଗଲକୁ ପଳାଇଛି । ଏଭଳି ସ୍ଥିତିରେ ହାତୀପଲ ନୀଳଗିରି ଅଞ୍ଚଳକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ ଚାଷ କାମ ସରିଛି । ଯଦି ହାତୀପଲ ଆସନ୍ତି³ ତା’ହେଲେ ବ୍ୟାପକ ଫସଲ ହାନି ହେବାର ସମ୍ଭାବନା ରହିଛି । ଏଣୁ ଚାଷୀମାନେ ଆତଙ୍କିତ ହୋଇପଡ଼ିଥିବାବେଳେ ଖୁବଶୀଘ୍ର ହାତୀପଲକୁ ନୀଳଗିରି ସୀମାନ୍ତରୁ ଘଉଡ଼ାଇବାକୁ ଦାବି କରିଛନ୍ତି । ବନବିଭାଗ ହାତୀ ଗତିବିଧି ଉପରେ ସତର୍କ ନଜର ରଖିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons