ନୃଶଂସ ହେଲେ ପୁଅ-ବୋହୂ :ଇଟାରେ ମାଆକୁ ପୋତି ଦେଲେ

Get real time updates directly on you device, subscribe now.

ଦଶରଥପୁର,(ବି.ବି.ନୁ୍ୟଜ): ମାଆ ତା’ର ପିଲାମାନଙ୍କୁ ଦୁନିଆର ଆଲୋକ ଦେଖାଏ । ନିଜ ଛୁଆ ପାଇଁ ମାଆ ସାରା ଜୀବନ କଲବଲ ହୁଏ । ନିଜେ ଯନ୍ତ୍ରଣା ସହି ପିଲା ମୁହଁରେ ହସ ଦେଖିବାକୁ ପ୍ରୟାସ କରିଥାଏ । ଏପରିକି ନିଜ ପିଲା ପାଇଁ ଜୀବନ ଦେବାକୁ ମାଆ ପଛାଇ ନଥାଏ । ମାତ୍ର ଏହି ସମ୍ପର୍କର ମୂଲ୍ୟକୁ ସେହି ପୁଅ ଯେତେବେଳେ ବୁଝି ନପାରେ ସବୁ ଅନର୍ଥ ଜନ୍ମ ନିଏ । ଯାହାକୁ ଦେଖି ସେହି ମାଆର ଛାତି ଫାଟି ଯାଏ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ଦତ୍ତପୁର ଗ୍ରାମରେ ଦେଖିବାକୁ ମିଳିଛି । ଜମିବାଡ଼ିକୁ କେନ୍ଦ୍ର କରି ପୁଅ ବୋହୂ ବୃଦ୍ଧା ମାଆ ପ୍ରତି ନୃଶଂସ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ପୁଅ ବୋହୂ ଇଟାରେ ମାଆକୁ ପୋତି ଦେବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏ ସଂପର୍କରେ ମଙ୍ଗଳପୁର ଥାନରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୁଲିସ କେବଳ ମାମଲା ରୁଜୁ କରି ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଛି । ପୁଅ ବୋହୂ ଘରେ ନିଦ୍ୱର୍ନ୍ଦ୍ୱରେ ଥିବା ବେଳେ ପୁଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଦତ୍ତପୁର ଗ୍ରାମର ମଖୀ ବେହେରାଙ୍କ ବୟସ ୮୦ ଛୁଇଁଲାଣି । ଆଖିକୁ ଭଲ ଭାବେ ଦେଖାଯାଉନି । କାନକୁ ଶୁଭୁନି । ଚାଲିବା ଦୂରର କଥା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠିବାକୁ ଦେହରେ ବଳ ନାହିଁ । ୧୦ ବର୍ଷ ତଳେ ସ୍ୱାମୀ ତଉଲି ବେହେରା ମଖୀଙ୍କ ହାତ ଛାଡ଼ି ଆର ପାରିକୁ ଚଲିଗଲେ । ସ୍ୱାମୀ ଚାଲିଗଲା ପରେ ତାଙ୍କ ଫେରି ବ୍ୟବସାୟକୁ ଆଧାର କରି ମଖୀ ଗାଁ ଗାଁରେ ସୋଲା ମଟର ବିକି ନିଜର ୪ ପୁଅଙ୍କ ପେଟ ପୂରାଇଲେ । ଆଶା କରିଥିଲେ ହାତ ଗୋଡ଼ ଅବସ ହୋଇଗଲେ ପୁଅମାନେ ସାହାରା ହେବେ । ଇତି ମଧ୍ୟରେ ମଖୀଙ୍କର ୪ ପୁଅ ବାହା ହୋଇ ଘର ସଂସାର କରିଛନ୍ତି । ବାହା ହେବା ପରେ ପୁଅମାନେ ମାଆକୁ ଗଣ୍ଡେ ଖାଇବାକୁ ଦେବା ପାଇଁ ନିଜ ନିଜ ମଧ୍ୟରେ ଛକାପଞ୍ଝା ଲାଗିଥିଲା । ରକ୍ତକୁ ପାଣି କରି ସାଇତି ଥିବା କିଛି ଜମିବାଡ଼ିକୁ ନିଜ ଦଖଲକୁ ନେବା ପାଇଁ ୪ପୁଅଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ଯାହାକୁ କେନ୍ଦ୍ରକରି ଚଳିତ ମାସ ୨ ତାରିଖ ଶନିବାର ଦିନ ମଝିଅାଁ ପୁଅ ରଘୁନାଥ ବେହେରା ଓରଫ୍ ଚଗୁଲୁ ଏବଂ ବୋହୂ ମଧୁସ୍ମିତା ବେହେରା ମଖୀଙ୍କ ନିକଟରେ କିଛି ଦାବି ରଖିଥିଲେ । ମାତ୍ର ପୁଅ ରଘୁନାଥର ଏହି ଦାବି ପୂରଣ ପାଇଁ ମଖୀ ଅନାଗ୍ରହ ହେବାରୁ ମଖୀଙ୍କ ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର । ପୁଅ ବୋହୂ ମିଳିମିଶି ମଖୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ମାଡ଼ ମାରିବା ସହିତ ଘର ନିର୍ମାଣ ପାଇଁ ଥିବା ଇଟା ଆଣି ମଖୀଙ୍କ ଉପରେ ଲଦି ଦେଇଥିଲେ ।
ଯନ୍ତ୍ରଣାରେ ଛଟପଟ ହୋଇ ମଖୀ ଚି+ାର କରୁଥିଲେ ମଧ୍ୟ ପୁଅ ବୋହୂ କିଛି ଶୁଣିନଥିଲେ । ଶେଷରେ ସାନ ବୋହୂଙ୍କ ସମେତ ପଡେ଼ାଶୀମାନେ ଘଟଣାରେ ହସ୍ତକ୍ଷେପ କରିବା ସହ ମଖୀଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ । ଏ ସମ୍ପର୍କରେ ମଙ୍ଗଳପୁର ଥାନାରେ ମଖୀ ଲିଖିତ ଅଭିଯୋଗ କରିଛନ୍ତି ।ଅଭିଯୋଗକୁ ଭିତ୍ତି କରି ପୁଲିସ ୨୧୫/୨୨ ଓ ଭାରତୀୟ ଦଣ୍ଡ ସଂହିତା ୨୯୪, ୩୨୩, ୩୪୧, ୫୦୬ ଓ ୩୪ ଧାରାରେ ଏକ ମାଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି । ଏଭଳି ଏକ ସଂଗୀନ ମାମଲାରେ ପୁଲିସ ମଖୀଙ୍କ ପୁଅ-ବୋହୂଙ୍କୁ ଗିରଫ ନକରିବାରୁ ସାଧାରଣରେ ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠିଛି । ମାଆ ପ୍ରତି ନୃଶଂସ ବ୍ୟବହାର ପ୍ରଦର୍ଶନ କରିଥିବା ପୁଅ ବୋହୂଙ୍କ ବିରୋଧରେ ପୁଲିସ ତୁରନ୍ତ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons