ପକ୍ଷାଘାତ ସ୍ତ୍ରୀକୁ ପାଣିରେ ବୁଡ଼ାଇ ହତ୍ୟା

Get real time updates directly on you device, subscribe now.

ପରଜଙ୍ଗ,(ବି.ବି.ଆପ୍ର): ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ସାଥୀ ହେବାକୁ କଥା ଦେଇଥିବା ସ୍ୱାମୀ ଶେଷରେ ସାଜିଲା ହତ୍ୟାକାରୀ । ପକ୍ଷାଘାତ ପୀଡ଼ିତା ସ୍ତ୍ରୀର ସେବା ସୁଶ୍ରୂଷା ଓ ଚିକିତ୍ସା କରିବା ପରିବର୍ତ୍ତେ ଅତି ନିÂୁର ଭାବେ ପାଣିରେ ବୁଢ଼ାଇ ହତ୍ୟାକଲା । ଏହାକୁ ଅପମୃତୁ୍ୟର ରୂପ ଦେବାକୁ ଉଦ୍ୟମ କରି ଶେଷରେ ଧରାପଡ଼ିଗଲା ସ୍ୱାମୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ । ଗ୍ରାମର ଦିଲ୍ଲୀପ ବେହେରା ତାଙ୍କର ପକ୍ଷାଘାତ ପୀଡ଼ିତ ପତ୍ନୀ ଲକ୍ଷ୍ମୀ ବେହେରାଙ୍କୁ ପୋଖରୀରେ ବୁଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଛି ।
ପରଜଙ୍ଗ ଥାନା ରାମଚନ୍ଦ୍ରପୁର ଗାଁର ଦିଲ୍ଲୀପ ସ୍ଥାନୀୟ ଅଞ୍ଚଳରେ ଏକ ଗ୍ୟାରେଜ୍ରେ ହେଲ୍ପର ଭାବେ କାର୍ଯ୍ୟ କରନ୍ତି । ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଦୀର୍ଘମାସ ହେଲା ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ସେ ଚଲାବୁଲା କରିପାରୁନଥିଲେ, ଶଯ୍ୟାଶାୟୀ ଥିଲେ । ସ୍ୱଳ୍ପ ରୋଜଗାରରେ ଦିଲ୍ଲୀପ ତାଙ୍କର ଅଧିକ ଚିକିତ୍ସା କରିବାକୁ ଅସମର୍ଥ ଥିଲା । ସ୍ତ୍ରୀର ସେବା ସୁଶ୍ରୂଷା ମଧ୍ୟ ଠିକ୍ରେ କରୁନଥିଲା । ରୋଗୀଣା ସ୍ତ୍ରୀଙ୍କୁ ବୋଝ ବୋଲି ଭାବୁଥିଲେ । ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଦିଲ୍ଲୀପ ମାରପିଟ କରିଥିଲେ । ପୁଅ ବିରୋଧ କରିବାରୁ ତାଙ୍କୁ ଶହେ ଟଙ୍କା ଦେଇ ଦୋକାନକୁ ପଠାଇ ଦେଇଥିଲା । ପରେ ସ୍ତ୍ରୀଙ୍କୁ ଦିଲ୍ଲୀପ ଘରଠାରୁ ପ୍ରାୟ ଅଧ କିଲୋମିଟର ଦୂର ପୋଖରୀକୁ ବୋହି ନେଇ ସେଠି ବୁଡ଼ାଇ ଦେଇଥିଲା । ପାଣିରେ ବୁଡ଼ି ଲକ୍ଷ୍ମୀଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ପରେ ସ୍ତ୍ରୀ ବୁଡ଼ିଗଲା ବୋଲି ଦିଲ୍ଲୀପ ପୋଖରୀ ହୁଡ଼ାରେ ଠିଆ ହୋଇ ଚି+ାର କରିଥିଲା । ଚି+ାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଶଯ୍ୟାଶାୟୀ ଲକ୍ଷ୍ମୀ ପୋଖରୀକୁ କେମିତି ଆସିଲା ବୋଲି ପ୍ରଶ୍ନ କରିଥିଲେ । ଗ୍ରାମବାସୀଙ୍କ ପ୍ରଶ୍ନର ଦିଲ୍ଲୀପ କୌଣସି ସନ୍ତୋଷଜନକ ଉତ୍ତର ନଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଖବର ପାଇ କାମାକ୍ଷାନଗର ଏସ୍ଡ଼ିପିଓ, ଦଦରାଘାଟି ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ । ଅଗ୍ନିଶମ ବାହିନୀ ସହଯୋଗରେ ପୋଖରୀରୁ ଶବ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ନିମନ୍ତେ ପରଜଙ୍ଗ ଡାକ୍ତରଖାନାକୁ ପଠାଇଥିଲା । ଦିଲ୍ଲୀପ ତାର ସ୍ତ୍ରୀ ଲକ୍ଷ୍ମୀଙ୍କୁ ପାଣିରେ ବୁଡ଼ାଇ ହତ୍ୟା କରିଥିବା ବଡ଼ଭାଇ କନ୍ଦର୍ପ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରାୟ ୩ ଘଣ୍ଟା ପରେ ଗ୍ରାମର ଏକ ଅରମାବଣରେ ଲୁଚିଥିବା ଦିଲ୍ଲୀପକୁ କାବୁ କରିଥିଲେ । ପୁଲିସ ଏକ ହତ୍ୟା ମକଦ୍ଧମା ରୁଜୁ କରିଛି । ଅଭିଯୁକ୍ତ ସ୍ୱାମୀ ଦିଲ୍ଲୀପକୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons