ପଙ୍ଖାରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ଗଗନ ଗନ୍ତାୟତଙ୍କଠାରୁ): ଅନକାବେଡା ପଞ୍ଚାୟତ ସଦର ଗାଁରେ ପଦୁନାଭ ପାଣ୍ଡେ(୩୦) ନାମକ ଜଣେ ବିବାହିତ ଯୁବକ ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଛନ୍ତି । ସେ ନିଜ ଘରେ ଲାଗିଥିବା ପଙ୍ଖାରେ ଝୁଲି ଏହି କାଣ୍ଡ କରିଥିବା ତାଙ୍କ ବାପା ଗୋବିନ୍ଦ ପାଣ୍ଡେ ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ଅପମୃତୁ୍ୟ ମାମଲା(୧୪/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏତଲା ଅନୁସାରେ, ପଦୁନାଭ ଗତ ମଙ୍ଗଳବାର ରାତିରେ ଏହି କାଣ୍ଡ କରିଛନ୍ତି । ଘଟଣାଦିନ ସେ ପରିବାର ଲୋକଙ୍କ ସହ ଖାଇ ରାତିରେ ଶୋଇଥିଲେ । ପରଦିନ ସକାଳୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଉଠି ନଥିଲେ । ପରିବାର ଲୋକେ କବାଟ ଖୋଲି ତାଙ୍କ ଝୁଲନ୍ତା ଶବ ଦେଖିଥିଲେ । ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଗୋବିନ୍ଦ ଥାନାରେ ଏତଲା ଦେଇଥିଲେ । ଏସ୍ଆଇ ଶିବପ୍ରସାଦ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଡାକ୍ତର ମନୀଷ କୁମାର ପୁରୋହିତ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପଦୁ ବିବାହିତ ଓ ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ପରିବାର ଲୋକେ କହିଛନ୍ତି । ପୂର୍ବରୁ ସେ ଦୁଇଥର ବିଷଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons