ପଣା ପିଇ ଝାଡ଼ାବାନ୍ତି, ୧୫ ଆକ୍ରାନ୍ତ

Get real time updates directly on you device, subscribe now.

ଧରାକୋଟ, (ବି.ବି.ନୁ୍ୟଜ): ଧରାକୋଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ବାଦପୁର ଗ୍ରାମରେ ଦୂଷିତ ନଦୀ ପାଣିରେ ପ୍ରସ୍ତୁତ ହୋଇଥିବା ପଣା ପିଇ ୧୫ରୁ ଉଦ୍ଧ୍ୱର୍ ପୁରୁଷ ଓ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ଆଜି ଆଉ ୪ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ଥିତି ଗୁରୁତର ହେବାରୁ ଶେରଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ କେତେକଙ୍କୁ ପଠାଯାଇଥିବା ବେଳେ ଅନ୍ୟମାନେ ମାଣିକପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେହିପରି ଝରପାରି ପଞ୍ଚାୟତ ଅନ୍ତର୍ଗତ ବାଡୁଳା ଗ୍ରାମରେ ଦୂଷିତ ପାଣି ମିଶ୍ରିତ ପଣା ପିଇ ଝାଡ଼ାବାନ୍ତି ବ୍ୟାପୀବାରୁ ସେମାନଙ୍କ ମଧ୍ୟରୁ ଆସିକା ଡାକ୍ତରଖାନାରେ ୪ଜଣ, ବ୍ରହ୍ମପୁର ୨ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଧରାକୋଟ ଭାରପ୍ରାପ୍ତ ଡ. ଅଶୋକ ଓ ଡ. ସୁକାନ୍ତ ପାତ୍ରଙ୍କ ତତ୍ତ୍ୱାବାବଧାନରେ ସମସ୍ତେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଡାକ୍ତରଙ୍କ ଠାରୁ ପ୍ରକାଶ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଡାକ୍ତରଖନାରେ ପୀଡ଼ିତଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ । ମାଣିକପୁର ମେଡିକାଲ ଡାକ୍ତର ସୁକାନ୍ତ କିଶୋର ପାତ୍ର କହିଛନ୍ତି ଗ୍ରାମବାସୀ ଦୂଷିତ ପାଣି ଏବଂ ଦଣ୍ଡ ଯାତ୍ରାର ପଣା ପିଇ ଥିବାରୁ ଝାଡ଼ାବାନ୍ତି ହୋଇଛି । ବର୍ତ୍ତମାନ କିଛି ଲୋକଙ୍କ ଅବସ୍ଥାର ଭଲ ନଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି । ସେମାନଙ୍କୁ ସାଲାଇନ, ମେଡିସିନ ଦିଆଯାଉଛି । ପୂର୍ବତନ ସରପଞ୍ଚ ଶାନ୍ତୁନୁ କୁମାର ବିଷୋୟୀ ମଧ୍ୟ ମେଡିକାଲରେ ପହଞ୍ଚି ରୋଗୀଙ୍କ ଅବସ୍ଥା ପଚାରି ବୁଝିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons