ପଥର ଛେଚି ସ୍ତ୍ରୀ ଓ ଶିଶୁ କନ୍ୟାକୁ ମରଣାନ୍ତକ ଆକ୍ରମଣ

Get real time updates directly on you device, subscribe now.

ଦେବଗଡ: ରିଆମାଳ ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ଖିଲେଇ ପଞ୍ଚାୟତ ଲୁଆଲୋଇ ଗ୍ରାମରେ ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ ଘଟାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଲୁଆଲୋଇ ଗ୍ରାମର ମହେଶ୍ୱର ନାଏକ ଅନ୍ୟ ଦିନ ଭଳି ଆଜି ଅପରାହ୍ନରେ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ନିଜ ସ୍ତ୍ରୀ ଯଶୋଦାକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ମଦ୍ୟପ ମହେଶ୍ୱର ଏକ ପଥର ସାହାଯ୍ୟରେ ସ୍ତ୍ରୀ ଓ ଶିଶୁ କନ୍ୟାକୁ ଛେଚି ମରଣାନ୍ତକ ଆକ୍ରମଣ କରିଥଲା । ଫଳରେ ସ୍ତ୍ରୀ ଯଶୋଦା ଓ ଶିଶୁ କନ୍ୟା ବିନୋଦିନୀଙ୍କୁ ଗୁରୁତର ଅବସ୍ଥାରେ ପରିବାର ଓ ପଡିସା ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିବା ଜଣା ପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons