ପରିତ୍ୟକ୍ତ ଘରୁ ଶାଗୁଆନ୍ କାଠ ଜବତ

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନୁ୍ୟଜ): ଆଜି ଦିଗପହଣ୍ଡି ବନବିଭାଗ ଏନ୍ଫୋର୍ସମେଣ୍ଟ ଟିମ୍ ପୃଥକ୍ ସ୍ଥାନରେ ଚଢଉ କରି ଦୁଇଶହ ଘନଫୁଟ ଶାଗୁଆନ୍ କାଠ ଜବତ କରିଛି । ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ଆକଳନ କରିଛି । ଏ ସମସ୍ତ କାଠକୁ ନୂଆପଡା ସେrସେନ୍ ଅଫିସରେ ମହଜୁଦ ରଖାଯାଇଛି । ଘଟଣାର ତଦନ୍ତ ପରେ ଏଥିରେ ସମ୍ପୃକ୍ତ ଚୋରା କାଠ ବେପାରୀଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଦିଗପହଣ୍ଡି ବନବିଭାଗ ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ । ଚୋରାକାଠ ଜବତ ସମୟରେ ଚିକିଟି ଅତିରିକ୍ତ ତହସିଲଦାର କୂଳଦୀପ୍ କୁମାର ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଥିଲେ । ଦିଗପହଣ୍ଡି ବନବିଭାଗ ଅନ୍ତର୍ଗତ ବନମାଳୀ ଓ ପତ୍ରଚୁଡି ଗାଁର ୩ଟି ପରିତ୍ୟକ୍ତ ଘରେ ଚୋରା କାଠ ମହଜୁଦ ଥିବା ସୂଚନା ବ୍ରହ୍ମପୁର ଡିଏଫ୍ଓଙ୍କ କାର୍ଯ୍ୟାଳୟରେ ପହଞ୍ଚଥିଲା । ଚଢ଼ଉ ପାଇଁ ସାମନ୍ତିଆପଲ୍ଲୀ ଓ ଦିଗପହଣ୍ଡି ରେଞ୍ଜ, ବ୍ରହ୍ମପୁର ମୋବାଇଲ୍ ଟିମ୍, ଭିଜିଲାନ୍ସ ଟିମ୍ ଚଢ଼ଉ ପାଇଁ ଡିଏଫ୍ଓ ଅମ୍ଲାନ୍ ନାୟକ ନିଦେ୍ର୍ଧଶ ଦେଇଥିଲେ । ଏସିଏଫ୍ ଅଶୋକ କୁମାର ବେହେରା, ଏ.ମାଧବିଲତା ଚଢ଼ଉର ନେତୃତ୍ୱ ନେଇଥିଲେ । ଆଜି ସକାଳ ୬ଟାରେ ଚଢ଼ଉ କରି ଏ ସମସ୍ତ କାଠ ଜବତ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons