ପରିବାରର ମୁହଁରୁ ହସ ଛଡେଇ ନେଲା ୱାଟର ହିଟର

Get real time updates directly on you device, subscribe now.

ନବରଙ୍ଗପୁର: ଗୋଟିଏ ୱାଟର ହିଟର ଉଜାଡ଼ି ଦେଲା ସୁନାର ସଂସାର । ହସ ଖୁସି ରେ ଚାଲିଥିବା ପରିବାରର ମୁହଁରୁ ହସ ଛଡେଇ ନେଲା ୱାଟର ହିଟର । ଟିକିଏ ଅସାବଧାନତା ଯୋଗୁଁ ଆଜି ଚାଲିଗଲା ୨୫ ବର୍ଷୀୟା ଜଣେ ବିବାହିତାଙ୍କର ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ସହର ସ୍ଥିତ ସଂଖାରି ସାହିରେ । ୱାଟର ହିଟର ସଂସ୍ପର୍ଶରେ ଆସି ଚାଲିଗଲା ପ୍ରତିମା ବେହେରାଙ୍କ ଜୀବନ । ପ୍ରତିମା ୩ ବର୍ଷ ତଳେ ବିବାହ କରିଥିଲେ । ପ୍ରତିଦିନ ଭଳି ଆଜି ମଧ୍ୟ ସକାଳୁ ଉଠି ଘର କାମ ସାରିଥିଲେ । ସ୍ୱାମୀ ହରିଦ୍ୱାର ତୀର୍ଥ ଯାଇଛନ୍ତି । ଏପଟେ ଘରେ ଶାଶୁ, ନଣନ୍ଦ ଆଉ ତାଙ୍କ ୨ବର୍ଷର ପୁଅ , ଗାଧୋଇବା ପାଇଁ ପାଣି ଗରମ କରିବାକୁ ହିଟର ଲଗେଇଥିଲେ । କିଛି ସମୟ ପରେ ଘର ଲୋକ ଦେଖିଲା ବେଳକୁ ସେ ହିଟର ପାଖରେ ପ୍ରତିମା ଅଚେତ ହୋଇ ପଡ଼ିଥିଲେ । ଘର ଲୋକ ତୁରନ୍ତ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଃଖର କଥା ସ୍ୱାମୀ ଏ ଖବର ପାଇ ତୀର୍ଥ ଯିବା ଅଧାରାସ୍ତାରୁ ଫେରୁଛନ୍ତି । ଏପଟେ ୨ବର୍ଷର ଶିଶୁର ମା ମା ଡାକ ସମସ୍ତ ସାହିବାସୀଙ୍କ ଆଖିରେ ଲୁହ ଭରି ଦେଇଛି । ଟିକିଏ ଅସାବଧାନତା ଯୋଗୁଁ ଚାଲିଗଲା ପ୍ରତିମାଙ୍କ ଜୀବନ । ଖବର ପ୍ରଚାରିତ ହେବା ପରେ ସାହିରେ ଶୋକକୁଳ ପରିବେଶ ସୃଷ୍ଟି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons