ପାଉଁରୁଟି ବିକାଳିକୁ ଆକ୍ରମଣ ଅଭିଯୋଗ

Get real time updates directly on you device, subscribe now.

ପାତ୍ରପୁର, (ବି.ବି.ନୁ୍ୟଜ): ପାତ୍ରପୁର ଗ୍ରାମର ଜଣେ ପାଉଁରୁଟି ବିକାଳି ଜି. ନାର୍ସିଙ୍ଗଲୁଙ୍କୁ ଦୁଇଜଣ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ଜରଡ଼ା ଥାନାରେ ଅଭିଯାଗ ହୋଇଛି । ଏନେଇ ଜରଡ଼ା ଥାନା କେସ୍ ୧୩୦/୨୨ ରୁଜୁ ହୋଇଛି । ଆକ୍ରମଣର ଶିକାର ହୋଇଥିବା ପାଉଁରୁଟି ବ୍ୟବସାୟୀ ଏତଲା ଦେଇଛନ୍ତି ଯେ ସେ ଜିନିଷ ବିକ୍ରି କରି ଫେରୁଥିବା ବେଳେ ଦୁଇଜଣ ତାଙ୍କୁ ରାସ୍ତାରେ ଅଟକାଇ ବଳକା ରୋଟି ଖାଇଥିଲେ । ପଇସା ମାଗିବାରୁ ମାଡ଼ ମାରିବା ସହିତ ତାଙ୍କ ପାଖରେ ଥିବା ନଗଦ ୩୨୦୦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରା ଓ ଅନ୍ୟ ବିଜେପି କର୍ମକର୍ତ୍ତାଙ୍କ ସହ ଜରଡ଼ା ଥାନାକୁ ଯାଇ ଅଭିଯୋଗ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଦାବି କରିଥିଲେ । ଜରଡ଼ା ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons