ପାକିସ୍ତାନ ରାଜନୈତିକ ସଙ୍କଟ:ସଂସଦ ବାଛିବ ନୂଆ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ଇସଲାମାବାଦ: ପାକିସ୍ତାନରେ ଗତ କିଛିଦିନ ହେଲା ଚାଲିଥିବା ରାଜନୈତିକ ହାଇଡ୍ରାମା ଏବେ ଥମିବାର ନଜର ଆସୁଛି । ଶନିବାର-ରବିବାର ରାତିରେ ସଂସଦ (ନ୍ୟାସନାଲ ଆସେମ୍ବ୍ଲି)ରେ ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରେ ହାରି ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି । ଏହାପରେ ନୂଆ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି (ସୋମବାର) ସଂସଦରେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ । ସେହିକ୍ରମରେ ପ୍ରଧାନମନ୍ତ୍ରୀ ଚୟନ ଲାଗି ଆଜି ନାମାଙ୍କନପତ୍ର ଦାଖଲ କରାଯାଇଛି । ସଂଯୁକ୍ତ ବିରୋଧୀ ଦଳ ପକ୍ଷରୁ ପିଏମ୍ଏଲ୍-ଏନ୍ ନେତା ଶାହବାଜ ସରିଫ୍ ନାମାଙ୍କନପତ୍ର ଭରିଥିବା ବେଳେ ଇମ୍ରାନଙ୍କ ପିଟିଆଇ (ପାକିସ୍ତାନ ତେହେରିକ-ଏ-ଇନସାଫ) ପାର୍ଟି ପକ୍ଷରୁ ପୂର୍ବତନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁ୍ୟରେସି ପ୍ରାର୍ଥôପତ୍ର ଦାଖଲ କରିଛନ୍ତି । ଉଭୟଙ୍କ ନାମାଙ୍କନପତ୍ର ସଂସଦ ସଚିବାଳୟ ପକ୍ଷରୁ ସ୍ୱୀକାର କରାଯାଇଛି । ସୋମବାର ଅପରାହ୍ନ ୨ଟାରେ ସଂସଦର ଅଧିବେଶନ ବସି ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ଲାଗି ଭୋଟିଂ କରାଯିବ । ଉପବାଚସ୍ପତି କାସିମ ସୁରି ଇସ୍ତଫା ଦେଇନାହାନ୍ତି । ତେଣୁ ସେ ସୋମବାର ସଂସଦ ପରିଚାଳନା କରିବେ ବୋଲି ସଚିବାଳୟ ପକ୍ଷରୁ କୁହାଯାଇଛି । ସେହିଭଳି ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ବେଳେ ସଂସଦରେ ଇମ୍ରାନ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।
ସେପଟେ ନାମାଙ୍କନପତ୍ର ଭରିବା ପରେ ଶାହବାଜ୍ କହିଛନ୍ତି ଦେଶର ନୂଆ ସରକାର ଆଗକୁ ବଢ଼ିବାକୁ ଚାହୁଁଛନ୍ତି । ପ୍ରତିଶୋଧର ରାଜନୀତି କରିବା ଆମର ଉଦେ୍ଧଶ୍ୟ ନୁହେଁ । ଆଇନଶୃଙ୍ଖଳା ବ୍ୟାପାରରେ କେହି ହସ୍ତକ୍ଷେପ କରିବେ ନାହିଁ । ବିନା କାରଣରେ କୌଣସି ଲୋକଙ୍କୁ ଜେଲ୍ ପଠାଯିବ ନାହିଁ । ଏହି ଅବସରରେ ସେ ଭାରତ ବିରୋଧୀ ଆଭିମୁଖ୍ୟ ପୋଷଣ କରିଥିଲେ । କହିଥିଲେ କାଶ୍ମୀର ସମସ୍ୟାର ସମାଧାନ ନ ହେବା ଯାଏ ଭାରତ ସହ ସଂପର୍କ ସ୍ୱାଭାବିକ ହୋଇପାରିବ ନାହିଁ । ସେହିପରି ବଡ଼ ଭାଇ ନୱାଜ ସରିଫ୍ଙ୍କ ବିରୋଧରେ ଆଇନ ଅନୁସାରେ ମାମଲା ଜାରି ରହିବ ବୋଲି ଶାହବାଜ୍ ପ୍ରକାଶ କରିଛନ୍ତି । ଏହି ସମୟରେ ସେ ବିରୋଧୀ ଦଳଗୁଡ଼ିକୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଇମ୍ରାନ୍ ରବିବାର ଏକ ଟ୍ୱିଟ୍ କରି ଆଜିଠାରୁ ପୁଣି ସ୍ୱାଧୀନତା ଆନେ୍ଦାଳନ ଆରମ୍ଭ ହେଲା ବୋଲି କହିଛନ୍ତି । ସେଥିରେ ସେ ଲେଖିଛନ୍ତିି, ଆମ ଦେଶ ୧୯୪୭ରେ ସ୍ୱାଧୀନ ହୋଇଥିଲା । ହେଲେ କ୍ଷମତା ପରିବର୍ତ୍ତନର ବିଦେଶୀ ଷଡ଼ଯନ୍ତ୍ର ବିରୋଧରେ ଆଜି ପୁଣିଥରେ ସ୍ୱତନ୍ତ୍ରତାର ଲଢେ଼ଇ ଆରମ୍ଭ ହୋଇଛି । ଏହି ଦେଶର ଲୋକମାନେ ସବୁବେଳେ ନିଜର ସଂପ୍ରଭୁତା ଓ ଲୋକତନ୍ତ୍ରର ରକ୍ଷା କରିଛନ୍ତି । ସେହିପରି ଅନାସ୍ଥା ହାରିବା ପରେ ଆଜି ଇମ୍ରାନ୍ ପିଟିଆଇ ସଂସଦୀୟ ବୋର୍ଡର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ଚର୍ଚ୍ଚା ହୋଇଛି । ଅନ୍ୟପଟେ ପିଟିଆଇର ଜଣେ ବରିÂ ନେତା ଫୱାଦ୍ ଚୌଧୁରୀ କହିଛନ୍ତି ଯେ, ପିଟିଆଇ ସଂସଦରୁ ସୋମବାର ସାମୂହିକ ଇସ୍ତଫା ଦେବ । ଏହା ସହ ଆମେ ନୂଆ ସରକାର ବିରୋଧରେ ଆନେ୍ଦାଳନ ଚଳାଇବୁ । ସେପଟେ ଆଜି ଇମ୍ରାନ୍ଙ୍କର ଜଣେ ଘନିÂଙ୍କ ଘରେ ଚଢ଼ଉ ହୋଇଛି । ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡଲକୁ ଦେଖୁଥିବା ଅର୍ସଲାନ୍ ଖାଲିଦ୍ଙ୍କ ଘରେ ଚଢ଼ଉ ହୋଇଛି । ଶାହବାଜଙ୍କ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ଏଫଆଇଏ ଅଧିକାରୀ ଛୁଟିରେ ଚାଲିଯାଇଛନ୍ତି । ସରକାରୀ ଅଧିକାରୀଙ୍କ ଉପରେ କଟକଣା ଲଗାଯାଇଛି । ବିନା ଅନୁମତିରେ ସେମାନେ ଦେଶଛାଡ଼ି ଯାଇପାରିବେ ନାହିଁ ବୋଲି ସବୁ ବିମାନବନ୍ଦରକୁ ଆଲର୍ଟ କରାଯାଇଛି ।
ଇତିମଧ୍ୟରେ ଇମ୍ରାନ୍ଙ୍କ ସମେତ ତାଙ୍କ ସରକାରର ମନ୍ତ୍ରୀମାନଙ୍କୁ ଏକ୍ଜିଟ୍ କଣ୍ଟେ୍ରାଲ ତାଲିକାରେ ରଖିବା ନେଇ ଆବେଦନ ବିଷୟରେ ଇସ୍ଲାମାବାଦ ହାଇକୋର୍ଟ ସୋମବାର ଶୁଣାଣି କରିବେ । ଏଥିସହିତ ତାଙ୍କ ସରକାରକୁ ଗାଦିଚୁ୍ୟତ କରିବା ଲାଗି ବିଦେଶୀ ରାଷ୍ଟ୍ରର ଷଡ଼ଯନ୍ତ୍ର ରହିଛି ବୋଲି ଇମ୍ରାନ ଯେଉଁ ଦାବି କରିଛନ୍ତି ତାହା ଉପରେ ତଦନ୍ତ କରିବା ଲାଗି ହୋଇଥିବା ଆବେଦନର ମଧ୍ୟ ବିଚାର କରାଯିବ । ମୋଲ୍ବି ଇକବାଲ ହାଇଦର ନାମକ ନାଗରିକଙ୍କ ପକ୍ଷରୁ ଏହି ପିଟିସନ ଦାଖଲ ହୋଇଛି । ସେଥିରେ ସେ ଦର୍ଶାଇଛନ୍ତି ଯେ ଇମ୍ରାନ ଓ ତାଙ୍କ ମନ୍ତ୍ରୀମାନେ ଦେଶଛାଡ଼ି ବିଦେଶ ପଳାଇବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କ ଉପରେ ରୋକ୍ ଲଗାଯାଉ । ଇମ୍ରାନ କ୍ଷମତାରୁ ଯିବା ପରେ ଦେଶବ୍ୟାପୀ ପିଟିଆଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ଲଣ୍ଡନରେ ମଧ୍ୟ ବିକ୍ଷୋଭ କରାଯାଇଛି । ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଘର ସମ୍ମୁଖରେ ଉଭୟ ଦଳର କର୍ମୀମାନେ ହାତାହାତି ହୋଇଛନ୍ତି ।
ଇମ୍ରାନ୍ ଖାନ୍ଙ୍କୁ ପଦରୁ ହଟାଇବା ପରେ ଏବେ ସେଠାକାର ବିରୋଧୀ ଦଳଗୁଡ଼ିକର ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍ ଫ୍ରଣ୍ଟ(ପିଡିଏମ୍)ର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିଛି । ପିଡିଏମ୍ରେ ୩ଟି ମୁଖ୍ୟ ଦଳ ନୱାଜ ସରିଫ୍ଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ (ପିଏମ୍ଏଲ୍-ଏନ୍)୍, ଆସିଫ୍ ଅଲ୍ଲୀ ଜର୍ଦ୍ଧାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିିପି) ଓ ମୌଲାନା ଫଜଲ-ଉର-ରହମାନ୍ଙ୍କ ଜମିୟତେ ଉଲେମା ଇସଲାମ (ଜେୟୁଆଇ) ରହିଛି । ସେଥିମଧ୍ୟରୁ ପିଏମ୍ଏଲ୍-ଏନ୍ ନେତା ଶାହବାଜ୍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତାଙ୍କୁ ସବୁ ବିରୋଧୀ ଦଳ ସମେତ ପିଟିଆଇର କିଛି ସାଂସଦ ସମର୍ଥନ ମଧ୍ୟ କରୁଛନ୍ତି । ଶାହବାଜଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେଲେ ବିଲାୱଲ ଭୁେ;ା ଉପପ୍ରଧାନମନ୍ତ୍ରୀ ହୋଇପାରନ୍ତି । ମୌଲାନାଙ୍କୁ ଖାଇବର ପାଖତୁନ୍ଖ୍ୱାର ମୁଖ୍ୟମନ୍ତ୍ରୀ କରାଯାଇପାରେ । ନୂଆ ସରକାର ଶୀଘ୍ର ନିର୍ବାଚନ କରାଇବାକୁ ଚାହିଁବେ । ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ । ତେବେ ସାଧାରଣ ନିର୍ବାଚନରେ ବିରୋଧୀ ମେଣ୍ଟ ଏକ ସଙ୍ଗରେ ଲଢ଼ିବ ନା ଅଲଗା ଅଲଗା ହୋଇ ଲଢ଼ିବେ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons