ପାଣି ବାଲ୍ଟିରେ ବୁଡ଼ି ଶିଶୁର ମତୁ୍ୟ

Get real time updates directly on you device, subscribe now.

ହାଟଡିହି,(ବି.ବି.ନୁ୍ୟଜ): ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ତେନ୍ତୁଲିପଦି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପାଣି ବାଲ୍ଟିରେ ବୁଡ଼ିଯାଇ ଏକ ଶିଶୁପୁତ୍ରର ମୃତୁ୍ୟ ହୋଇଛି । ଏହି ଘଟଣା ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତ ଶିଶୁପୁତ୍ର ଏହି ଗାଁର ମରୋଜ ଜେନାଙ୍କ ଦେଢ଼ ବର୍ଷର ଶିଶୁପୁତ୍ର ସତ୍ୟଜିତ । ଘରେ ଥିବା ଏକ ପାଣି ବାଲ୍ଟି ନିକଟରେ ଠିଆ ହୋଇ ଖେଳୁଥିଲା ସତ୍ୟଜିତ । ପରିବାର ଲୋକଙ୍କ ଅଜାଣତରେ ଅସାବଧାନତାବଶତଃ ପାଣି ବାଲ୍ଟି ଭିତରେ ପଡ଼ିଯାଇଥିଲା ସତ୍ୟଜିତ । ପରିବାର ଲୋକେ ହଠାତ୍ ଦେଖିପାରି ନ ଥିଲେ । କିଛି ସମୟ ପରେ ପରିବାର ଲୋକେ ତାକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ସତ୍ୟଜିତକୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons