ପିଏଚଡି ପାଣି ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ସାନଡାଇଭଟ୍ଟା ଗାଁରେ ପାନୀୟ ଜଳ ସୁବିଧା ନାହିଁ । ଫଳରେ ଲୋକେ ପ୍ରତିଦିନ ହଇରାଣ ହେଉଛନ୍ତି । ଏପରିସ୍ଥଳେ, ଗାଁକୁ ପିଏଚ୍ଡି ପାଣି ଯୋଗାଇ ଦେବାକୁ ଲୋକେ ଦାବିକରି ଶନିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବାକୁ ଚେତାବନୀ ଦିଆଯାଇଛି । ଗାଁର ଭାନୁମତୀ ଭତ୍ରା, ମଙ୍ଗଳଦାନ ବାଘ, ପ୍ରେମନାଥ ବାଘଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି ସମ୍ପର୍କିତ ପତ୍ର ପ୍ରଦାନ କରିଛନ୍ତି । ପ୍ରତିଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ନିର୍ବାଚନ ସମୟରେ ନେତାମାନେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି ।
ଲୋକେ କହିଛନ୍ତି, ଏହି ଗାଁରେ ୩୦୦ ପରିବାର ବସବାସ କରୁଛନ୍ତି । ଗାଁରେ ୪ଟି ନଳକୂପ ଅଛି । କିନ୍ତୁ ଏଗୁଡିକ ଠିକ୍ କାର୍ଯ୍ୟ କରୁନି । ଅଧିକାଂଶ ନଳକୂଅରୁ ଦୁର୍ଗନ୍ଧ ଓ ଗୋଳିଆ ପାଣି ବାହାରୁଛି । ପାଣି ପାଇଁ ନଳକୂପ ନିକଟରେ ପ୍ରତିଦିନ ଗଣ୍ଡଗୋଳ ହେଉଛି । ୨୦୧୯ ରେ ସମସ୍ୟାକୁ ନେଇ ରାଜପଥ ଅବରୋଧ କରାଯାଇଥିଲା । ପ୍ରତି ଘରକୁ ପାଇପ୍ ପାଣି ଯୋଗାଇ ଦିଆଯିବ ବୋଲି ସେତେବେଳେ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ତାହା ପୂରଣ କରାଯାଇନି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି । ଦାବି ପୂରଣ ନହେଲେ ପୁଣି ରାଜପଥ ଅବରୋଧ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons