ପିଲାଙ୍କ ଖେଳଣା କିଣାରେ ଦୁର୍ନୀତି!

Get real time updates directly on you device, subscribe now.

ବୋରିଗୁମ୍ମା,(ବି.ବି.ନୁ୍ୟଜ): ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ଖେଳଣା କିଟ୍ ବାବଦକୁ ୨୫୦୦ ଟଙ୍କା ଲେଖାଏଁ କର୍ମୀଙ୍କ ଖାତାରେ ଜମା କରାଯାଇଛି । ତଥାପି କେନ୍ଦ୍ର ପାଇଁ ନିଜ ଇଚ୍ଛାରେ କର୍ମୀମାନେ ଟଙ୍କା ଉଠାଇ ପସନ୍ଦର ଦୋକାନରୁ ଖେଳଣା ସାମଗ୍ରୀ କିଣି ପାରିନାହାନ୍ତି । ଯେଉଁ ଖେଳଣା ସାମଗ୍ରୀ ଯୋଗାଇ ଦିଆଯାଇଛି, ତାହା ଅତ୍ୟନ୍ତ ନିମ୍ନମାନର । କେତେକ ପ୍ୟାକେଟ୍ରେ ୨୫ଟି ଖେଳଣା ଥିବା ବେଳେ ଆଉ କେତେକ ପ୍ୟାକେଟ୍ ରହିଛି ୨୧ଟି ଲେଖାଏଁ । କେତେକ କେନ୍ଦ୍ରକୁ ରସିଦ ଦିଆଯାଇଛି । ଅଧିକାଂଶ କେନ୍ଦ୍ରକୁ ମିଳିନି ରସିଦ । ଖେଳଣା କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ବୋରିଗୁମ୍ମା ବ୍ଲକ୍ ଅଙ୍ଗନବାଡ଼ି କର୍ମୀମାନେ ଅଭିଯୋଗ କରିଛନ୍ତି । ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।
ଅଭିଯୋଗ ଅନୁଯାୟୀ, ଏ ବର୍ଷ ବୋରିଗୁମ୍ମା ବ୍ଲକ୍ର ୩୨୭ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ୧୪ଟି ସେକ୍ଟରରେ ଭାଗ କରାଯାଇଛି । ପ୍ରତି ସେକ୍ଟରରେ ଜଣେ ଲେଖାଏଁ ସୁପରଭାଇଜରକୁ ଦାୟିତ୍ୱ ଦିଆଯାଇଛି । ସେମାନେ ସେକ୍ଟରର ସମସ୍ତ କାମ ପରିଚାଳନା କରୁଛନ୍ତି । ପିଲାଙ୍କ ଖେଳଣା ସାମଗ୍ରୀ କିଣା ବାବଦକୁ ୨୫୦୦ ଟଙ୍କା ଯୋଗାଇ ଦିଆଯାଇଛି । ଯାହା କର୍ମୀଙ୍କ ଜମାଖାତାରେ ଡିପୋଜିଟ୍ ହୋଇଛି । ନିୟମ ଅନୁଯାୟୀ, କର୍ମୀମାନେ ଟଙ୍କା ଉଠାଇ ଦୋକାନକୁ ନିଜ ପସନ୍ଦର ଖେଳଣା ସାମଗ୍ରୀ କିଣିବା କଥା । ପରିତାପର ବିଷୟ, ସେମାନେ ଦୋକାନକୁ ଯିବା ପୂର୍ବରୁ ଦୋକାନୀ ସେକ୍ଟରରେ ପହଞ୍ଚିଯାଉଛି । ପ୍ରତି ସେଣ୍ଟରର ଖେଳଣା ସାମଗ୍ରୀ ପୃଥକ ଭାବେ ପ୍ୟାକିଂ ହୋଇ ଆସୁଛି । କେଉଁଥିରେ ଅଧିକ ରହୁଛି ତ ଆଉ କେଉଁଠି କମ୍ । ଅଧିକାଂଶ କର୍ମୀଙ୍କୁ ରସିଦ ଦିଆଯାଉନି । ଯୋଗାଣ ସାମଗ୍ରୀ ନିମ୍ନମାନର । ବାହାରେ ତାହାର ଦର କମ୍ ରହିଥିବା କର୍ମୀମାନେ ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଅଭିଯୋଗ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଖେଳଣା ପ୍ୟାକେଟ୍ ଜଣେ ନିର୍ଦ୍ଧିଷ୍ଟ ଦୋକାନୀ କାହା ନିଦେ୍ର୍ଧଶରେ ବାହାରୁ ଆସି ବୋରିଗୁମ୍ମା ବ୍ଲକ୍ର ପ୍ରତି ସେକ୍ଟରରେ ଯୋଗାଇ ଟଙ୍କା ନେଉଛନ୍ତି । ବହୁ କର୍ମୀ ନିଜ ସୁପରଭାଇଜରଙ୍କ ନିଦେ୍ର୍ଧଶ ଅନୁଯାୟୀ ଅନିଚ୍ଛା ସତ୍ତେ୍ୱ ଏହି ଖେଳଣା ନେଇଥିବା କହିଛନ୍ତି । ନିମ୍ନମାନର ଖେଳଣା ଥିବାରୁ କେତେକ କର୍ମୀ ନେବା ପାଇଁ ମନା କରି ଦେଇଥିବା ଜଣାପଡିଛି ।
ଖେଳଣା କିଣା ସଂପର୍କରେ ନିଜ ସଂପୃକ୍ତିକୁ ଖଣ୍ଡନ କରିଛନ୍ତି ସୁପରଭାଇଜରମାନେ । ଏ ସମ୍ପର୍କରେ ସିଡିପିଓ ଗାୟତ୍ରୀ ବାହିନୀପତିଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ କେନ୍ଦ୍ରରେ ନିଜ ଇଚ୍ଛାରେ ଭଲ ଖେଳଣା କିଣିବା ପାଇଁ କର୍ମୀମାନଙ୍କୁ ନିଦେ୍ର୍ଧଶ ରହିଛି । ଖେଳଣା କିଣା କାର୍ଯ୍ୟାଳୟ ତରଫରୁ କୌଣସି ହସ୍ତକ୍ଷେପ କରାଯାଇନି । ଯଦି ଯୋଗାଣ ହୋଇଥିବା ସାମଗ୍ରୀ ନିମ୍ନମାନର, ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁÂାନ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।
ସୂଚନାଥାଉକି, ୨୦୧୮ରେ ପିଲାଙ୍କ ଖେଳଣା ବଣ୍ଟନରେ ବ୍ୟାପକ ଅନିୟମିତତାକୁ ନେଇ କେବଳ ପ୍ରମେୟରେ ଏକ ସ୍ୱତନ୍ତ୍ର ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଅଙ୍ଗନବାଡି କର୍ମୀମାନେ ନିଜ ଜମାଖାତାରୁ ଟଙ୍କା ଉଠାଇ କେନ୍ଦ୍ର ପାଇଁ ଆବଶ୍ୟକ ଖେଳଣା ନିଜ ପସନ୍ଦ ଦୋକାନରୁ କିଣିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons