ପୁଅକୁ ବଞ୍ଚାଇବାକୁ ଯାଇ ମାଆଙ୍କ ଜୀବନ ଗଲା

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): କଶିିଆ ସାମୁଦ୍ରିକ ଥାନା ସାନକୃର୍ଷ୍ଣପୁର ନଟିଆପାଳ ଗ୍ରାମର ଏକ ଅଭାବନୀୟ ଘଟଣା ଘଟିଛି । ବିଦୁ୍ୟତ୍ ଆଘାତରେ ମାଆ-ପୁଅଙ୍କ ଜୀବନ ଯାଇଛି । ପୁଅକୁ ବଞ୍ଚାଇବାକୁ ଯାଇ ମା’ ବି ଜୀବନ ହାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃ୍ଷ୍ଟି କରିଛି ।
ମୃତକ ମା ହେଲେ ସଂଜୟ ନାୟକଙ୍କ ସ୍ତ୍ରୀ ଲକ୍ଷ୍ମୀମଣୀ ଓ ପୁଅ ସପନ ନାୟକ (୧୩) । ଆଜି ଅପରାହ୍ନରେ ଲକ୍ଷ୍ମୀମଣୀ ଓ ତାଙ୍କ ଯାଆ ଆଶାମଣୀ ଦୁଇ ଜଣ ନିଜ ବାଡ଼ିରେ ଥିବା ଗୋବର ଚକଟିବା ପାଇଁ ଯାଇଥିଲେ । ଗୋବର ଚକଟୁଥିବା ବେଳେ ମାଆ ଲକ୍ଷ୍ମୀମଣୀ ସପନଙ୍କୁ ଟୁଲ ପମ୍ପର ପ୍ଲକ କାଢି ଦେବାକୁ କହିଥିଲେ । ସପନ ପ୍ଲକ କାଢୁଥିବା ବେଳେ ଗୋଟିଏ ତାର ଖସିଆସି ତାଙ୍କ ହାତରେ ଲାଗିଥିଲା । ସେ ଘଟଣାସ୍ଥଳରେ ଚିକ୍ରାର କରିଥିବା ବେଳେ ମାଆ ଦଉଡି ଆସି ସପନଙ୍କୁ ବିଦୁ୍ୟତ୍ ସଂଯୋଗକୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ହେଲେ ନିଜେ ସେ ବିଦୁ୍ୟତ୍ ଆଘାତରେ ଆସିଯାଇଥିଲେ । ଦୁଇ ଜଣ ଘଟଣାସ୍ଥଳରେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ଆସି ତୁରନ୍ତ ଉଭୟଙ୍କୁ ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ । ହେଲେ ଡାକ୍ତର ଏଠାରେ ଉଭୟଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ମାଆ ପୁଅର ଜୀବନ ଏକାଥରକେ ଚାଲିଯାଇଥିବା ବେଳେ ବାସୁଦେବପୁର ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons