ପୁଣି ଘୁଞ୍ଚିଲା ଆର୍ୟନଙ୍କ ଜାମିନ ଶୁଣାଣି

Get real time updates directly on you device, subscribe now.

ମୁମ୍ବାଇ: ମୁମ୍ବାଇ କୋର୍ଡିଲିଆ ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କ ଜାମିନ ଆବେଦନ ଶୁଣାଣି ପୁଣି ଘୁଞ୍ଚିଛି । ମୁମ୍ବାଇର ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟରେ ସୋମବାର ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ବରିÂ ଓକିଲ ଅମିତ ଦେଶାଇ ଆର୍ୟନଙ୍କ ପକ୍ଷ ରଖି କହିଥିଲେ, ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଆର୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନାହିଁ । ଏଣୁ ଆର୍ୟନଙ୍କୁ ଜାମିନ ମିଳିବା ଆବଶ୍ୟକ । ତାଙ୍କଠାରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତଙ୍କ ସହ ଆର୍ୟନଙ୍କୁ ଜେଲ୍ରେ ବନ୍ଦ ରଖିବା ବେଆଇନ ବୋଲି ସେ କହିଥିଲେ । ତେବେ ଆର୍ୟନଙ୍କୁ ବର୍ତ୍ତମାନ ଜାମିନ ମିଳିଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଏନ୍ସିବି କୋର୍ଟରେ ଦାବି କରିଛି । ଅନ୍ୟପକ୍ଷରେ ଏନ୍ସିବି ଏନେଇ ଜବାବ ରଖିବାକୁ ଏକ ସପ୍ତାହ ସମୟ ମାଗିଥିଲା । କିନ୍ତୁ କୋର୍ଟ ୨ ଦିନ ମଧ୍ୟ ଜବାବ ଦାଖଲ କରିବାକୁ ଏନ୍ସିବିକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଏନ୍ସିବିର ଜବାବ ଆଧାରରେ ଆର୍ୟନଙ୍କୁ ଜାମିନ ମିଳିବ କି ନାହିଁ ଏହାର ବିଚାର କରାଯିବ । ଆର୍ୟନଙ୍କ ଗିରଫଦାରୀ ପରଠାରୁ ତୃତୀୟ ଥର ପାଇଁ ତାଙ୍କର ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି ।
ସୂଚନାଥାଉକି, ମୁମ୍ବାଇରୁ ଗୋଆ ଯାଉଥିବା କୋର୍ଡିଲିଆ ଜାହଜରେ ରେଭ୍ ପାର୍ଟି(ଡ୍ରଗ୍ସ ପାର୍ଟି) ଚାଲୁଥିବା ସମୟରେ ଏନ୍ସିବି ସେଠାରେ ଚଢ଼ାଉ କରିଥିଲା । ଆର୍ୟନ ଖାନ୍ଙ୍କ ନିକଟରୁ ଏନ୍ସିବିକୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ସହ ଥିବା ବନ୍ଧୁ ଅର୍ବାଜ ମର୍ଚ୍ଚାଣ୍ଟ ଓ ପ୍ରତୀକ ଗାୱାଙ୍କ ନିକଟରୁ ଡ୍ରଗ୍ସ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ କରାଯାଇଛି । ଏମାନେ ସମସ୍ତେ ଏକାସାଙ୍ଗରେ ଗୋଟିଏ ଗାଡ଼ିରେ ବସି ମୁମ୍ବାଇର ମନ୍ନତ ବଙ୍ଗଳାରୁ ଜାହାଜ ପର୍ଯ୍ୟନ୍ତ ଯାଇଥିଲେ । ଆର୍ୟନ ଗତ ୪ ବର୍ଷ ହେବ ଡ୍ରଗ୍ସ ନେଉଥିବା ମଧ୍ୟ ଏନ୍ସିବି ସମ୍ମୁଖରେ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons