ପୁଣି ବନ୍ଧାହେଲା ଜେଲ୍ ଫେରନ୍ତା

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଜାମିନ୍ରେ ଆସି ଆତଙ୍କ ସୃଷ୍ଟି କରୁଥିବା ଦୁର୍ଦ୍ଧାନ୍ତ ଶଶୀକୁ ପୁଣି ବାନ୍ଧିଲା ପୁଲିସ । ଜେଲ୍ରୁ ଫେରି ଦାଦାବଟି ଆଦାୟ, ହତ୍ୟା ଧମକ ଓ ଆକ୍ରମଣ ମାମଲାରେ ଫସିଥିବା ପୁରୀ ପଥୁରିଆ ସାହିର ଶଶାଙ୍କ ଶେଖର ନାୟକ ଓରଫ ଶଶୀ (୩୨)କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ । ଗତ ମାର୍ଚ୍ଚ ୨୫ ଓ ୨୭ ତାରିଖରେ ରୁଜୁ ହୋଇଥିବା ୨ଟି ମାମଲାରେ ସେ ଫେରାର୍ ଥିଲା ବୋଲି ପୁଲିସ କହିଛି ।
ପୁରୀ ଟାଉନ୍, କୁମ୍ଭାରପଡା, ସଦର ଥାନା ସହ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ବହୁ ମାମଲାରେ ଶଶୀ ଜଡିତ ଥିବା ପୁଲିସ ରେକର୍ଡରୁ ଜଣାପଡିଛି । ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ବୋମାମାଡ, ଗୁଳିକାଣ୍ଡ, ଦାଦାବଟି ଆଦାୟ ଭଳି ମାମଲାରେ ଶଶୀ ଜେଲ୍ ଯାଇ ଜାମିନ୍ରେ ଆସିଥିଲା । ଦୁର୍ଦ୍ଧାନ୍ତ ଶଶୀ ଜେଲ୍ରୁ ଫେରି ପୁଣି ଦାଦାବଟି ଆଦାୟ, ଆକ୍ରମଣ ଓ ଅପରାଧ ଷଡଯନ୍ତ୍ର ଆଦି ମାମଲାରେ ଜଡିତ ଥିଲା ବୋଲି କହିଛନ୍ତି ଟାଉନ୍ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ । ଶଶୀ ଗ୍ୟାଙ୍ଗ୍ ସଦସ୍ୟ ରିଙ୍କୁ ମହାନ୍ତି, କାଳିଆ ନାୟକ, ବାଟୁଆ ବାରିକ ଓ ଶିବୁନା ମହାପାତ୍ର ଏବେ ଜେଲ୍ରେ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons