ପୁନଗର୍ଠନ ହେଲା ବିଜେଡିର ଗଣମାଧ୍ୟମ ଟିମ୍ : ମାନସ ମଙ୍ଗରାଜ ହେଲେ ରାଷ୍ଟ୍ରୀୟ ମୁଖପାତ୍ର

Get real time updates directly on you device, subscribe now.

ନୂଆବର୍ଷ ପୂର୍ବରୁ ବିଜେଡିର ନୂଆ ଟିମ୍। ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଓ ୧୬ ଜଣ ନେତାଙ୍କୁ ମୁଖପାତ୍ର ଦାୟିତ୍ବ ମିଳିଛି। ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ହେଲେ ସାଂସଦ ମାନସ ମଙ୍ଗରାଜ। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। ଏହା ସହିତ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ସର୍ମିଷ୍ଠା ସେଠୀ, ଡ. ସସ୍ମିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି | ସେହିପରି ଦଳର ମୁଖପାତ୍ର ଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବିଜେଡି ନେତା ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ଡାକ୍ତର ହରିଶ ଚୌଧୁରୀ, ଗୌତମ ବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝି ଓ ସାଂସଦ ସୁଲତା ଦେଓ ନିଯୁକ୍ତ ହୋଇଛନ୍ତି । ସେହିପରି ବିଜେଡି ୯ ଜଣଙ୍କୁ ମିଡିଆ ପେନାଲିଷ୍ଟ ଦାୟିତ୍ବ ଦେଇଛି। ସେମାନେ ହେଲେ ଇପ୍‌ସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲମ, ମହୀକ୍ଷିତା ମିଶ୍ର, ଲୋରା ମହାପାତ୍ର, ସ୍ବାଗତିକା ମହାନ୍ତି, ମିହିର ରାୟ, ସ୍ବୟଂପ୍ରକାଶ ମହାପାତ୍ର ଓ ଅପୂର୍ବ ଅପରୂପା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons