ପୁରୁଣା ବସ୍ତ୍ର ଦିଅ କଫି କପେ ପିଅ

Get real time updates directly on you device, subscribe now.

କୋରାପୁଟରେ ଆନ୍ତର୍ଜାତୀୟ କଫି ଦିବସ ପାଳନ ହୋଇଯାଇଛି।ବିଶ୍ବର ବିଭିନ୍ନ ସ୍ଥାନରେ କଫି ପ୍ରେମୀ କଫିର ସ୍ୱାଦ ନେଉଥିବା ବେଳେ କୋରାପୁଟ କଫି ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। କୋରାପୁଟର କଫିକୁ ନେଇ ସମସ୍ତେ ଉତ୍ସାହିତ ଥିବା ବେଳେ କଫି ବୋର୍ଡ ଆନୁକୂଲ୍ୟରେ ‘ପୁରୁଣା ବସ୍ତ୍ର ଦିଅ କଫି କପେ ପିଅ’ କାର୍ଯ୍ୟକ୍ରମ କରାଯାଇଛି।କୋରାପୁଟର କଫି ବ୍ରାଣ୍ଡ ‘କୋରାପୁଟ କଫି’ ଭାବେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ହାସଲ କରିଥିବା ବେଳେ ଏବେ ଆମାଜନ ରେ ମଧ୍ୟ କୋରାପୁଟରେ ଉତ୍ପାଦିତ କଫି ମିଳୁଛି। କୋରାପୁଟ କଫିର ଆରବିକା ଫ୍ଳେବର ବିଶ୍ୱସ୍ଥରରେ ସମସ୍ତ କଫି ପ୍ରେମୀଙ୍କୁ ଆକୃଷ୍ଠ କରି ପାରିଛି।କଫି ଚାଷ ପାଇଁ କୋରାପୁଟର ଜଳବାୟୁ ଓ ଭିତ୍ତିଭୂମି ଆଦିବାସୀଙ୍କୁ ଅର୍ଥନୈତିକ ସ୍ତରରେ ସୁଦୃଢ଼ କରୁଥିବା ସହ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି କରିଥିବା ଦେଖା ଦେଇଛି। ଆଜି ଅନ୍ତର୍ଜାତୀୟ କଫି ଦିବସ ଅବସରରେ କୋରାପୁଟ କଫି ବୋର୍ଡ ଦ୍ବାରା ଆୟୋଜିତ ହୋଇଥିଲା କଫି ଦିବସ। କଫିର ଗୁଣ କଫି ଦ୍ବାରା ହୋଉଥିବା ଲାଭ ଓ ବିଶେଷ କରି କୋରାପୁଟ କଫିକୁ ବିଶ୍ଵ ସ୍ତରରେ କିପରି ଅଧିକ ଆଦୃତ କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଥିଲା। କୋରାପୁଟରେ ଅବସ୍ଥାପିତ ଯୁବ ଆଇଏଏସ ଅଧିକାରୀ ବେଦଭୁସଣ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ କଫି ଦିବସ ଅବସରରେ ଯୋଗଦେଇଥିଲେ। ଅନ୍ୟପଟେ କଫି ବୋର୍ଡର ବରିଷ୍ଠ ସମ୍ପର୍କ ଅଧିକାରୀ ଭାରତରେ କଫିଚାଷ ହିଁ ଦିର୍ଘ ସ୍ଥାୟୀ। କୋରାପୁଟ କଫି ହେବ ବିଶ୍ଵ ପରିଚିତ ଓ କଫିଚାଷ ହିଁ କୋରାପୁଟ ର ଆଦିବାସୀ ଚାଷୀଙ୍କୁ ଆଣିଦେବ ଅର୍ଥନୈତିକ ଅଭିବୃଦ୍ଧି ବୋଲି ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟ କ୍ରମରେ କୋରାପୁଟ କଫିବୋର୍ଡର ସମ୍ପର୍କ ଅଧିକାରୀ ଉପେନ୍ଦ୍ର କୁମାର ସାହା, ଜୁନିୟର ଲେଜନ ଅଫିସର(JLO) ବିଶ୍ୱ ରଞ୍ଜନ ଭୋଇଙ୍କ ସମେତ ଅଞ୍ଚଳର ସଂଖ୍ୟାଧିକ କଫି ଚାଷୀ ମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons