ପୋଖରୀରେ ବୁଡ଼ି ବୃଦ୍ଧା ମୃତ

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ଆପ୍ର): ପାଡୁଆ ଥାନା ଭେଜା ପଞ୍ଚାୟତ ବାରବା ଗାଁରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତୁ୍ୟ ହୋଇଛି । ମୃତା ହେଲେ ପଦ୍ମା କାର୍ତ୍ତୃଲ(୭୨) । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ପୁଲିସ୍ କହିଛି ।
ପୁଲିସ୍ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ପଦ୍ମା ଶୌଚ ପାଇଁ ଗାଁ ନିକଟ ପୋଖରୀକୁ ଯାଇଥିଲେ । ସେ ଫେରିବାରେ ବିଳମ୍ବ ହେବାରୁ ରାତିରେ ତାଙ୍କ ସ୍ୱାମୀ ଚୈତନ କାର୍ତ୍ତୃଲ ଏବଂ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳି ନଥିଲା । ଆଜି ପୂର୍ବାହ୍ନ ୧୦ଟାରେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ପରିବାର ଲୋକଙ୍କୁ ଜଣାଇଥିଲେ । ଅଗ୍ନିଶମ ଏବଂ ପୁଲିସ୍କୁ ଖବର ଦେବା ପରେ ଶବ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ବୃଦ୍ଧାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons