ପୌରାଧ୍ୟକ୍ଷ ଆସନ:୧୫ ବର୍ଷ ପରେ ଦଖଲ କଲା କଂଗ୍ରେସ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଏଥର ମାଟି କାମୁଡିଛି ବିଜେଡି । ଦୀର୍ଘ ୧୫ ବର୍ଷ ପରେ ହାତରୁ ଖସିଛି ଜୟପୁର ପୌରପାଳିକା । ଗତ ଦୁଇଟି ଯାକ ବିଧାନସଭା ନିର୍ବାଚନରେ ବିଜେଡି ହାରିଥିବା ବେଳେ ଏବେ ପୌରପାଳିକା ବି ଯାଇଛି । ଏଥର ପୌରପାଳିକାକୁ କବଜା କରିଛି କଂଗ୍ରେସ । ୨୮ରୁ ୧୫ଟି ୱାର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଥିଲେ ବି ୫ ହଜାର ୩୦୬ ଭୋଟ୍ ବ୍ୟବଧାନରେ କଂଗ୍ରେସର ନରେନ୍ଦ୍ର ମହାନ୍ତି ବିଜୟୀ ହୋଇଛନ୍ତି । ନରେନ୍ଦ୍ର ୧୬ ହଜାର ୫୪୮ ଭୋଟ୍ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୂର୍ଯ୍ୟନାରାୟଣ ରଥ ପାଇଛନ୍ତି ୧୧ ହଜାର ୨୪୨ ଭୋଟ । ତୃତୀୟ ସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ ପୂଣ୍ଣଚନ୍ଦ୍ର ପଟ୍ଟନାୟକ । ସେ ପାଇଛନ୍ତି ୩ ହଜାର ୭୧୫ ଭୋଟ । ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି ମୋଟ ୭ ହଜାର ୫୧୬ ଭୋଟ । ସ୍ୱାଧୀନପ୍ରାର୍ଥୀ ପାଖାପାଖି ୬ ହଜାର ଭୋଟ ହାତେଇଛନ୍ତି । ଯାହା ଶାସକ ଦଳର ପ୍ରାର୍ଥୀ ହାରିବାର ମୁଖ୍ୟ କାରଣ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି ।
ଆଜି ଧାର୍ଯ୍ୟ ସମୟରେ ସ୍ଥାନୀୟ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିଲା ଭୋଟଗଣତି । ପ୍ରଥମ ରାଉଣ୍ଡରୁ ହିଁ କଂଗ୍ରେସ ପ୍ରାର୍ଥୀ ନରେନ୍ଦ୍ର ଆଗୁଆ ରହିଥିଲେ । ପ୍ରତ୍ୟେକ ରାଉଣ୍ଡରେ ନରେନ୍ଦ୍ର ଓ ସୂର୍ଯ୍ୟଙ୍କ ଭୋଟ୍ ବ୍ୟବଧାନ ବଢିବାରେ ଲାଗିଥିଲା । ଶେଷରେ ବାଜି ମାରିନେଇଥିଲେ ନରେନ୍ଦ୍ର । ତାଙ୍କର ବିଶାଳ ବିଜୟ ପରେ କଂଗ୍ରେସ କର୍ମୀମାନେ ବାଣ ଫୁଟାଇ ଉତ୍ସାହ ମନାଇଥିଲେ । ପରେ ପରେ ନରେନ୍ଦ୍ରଙ୍କ ସହ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷା ବାହିନୀପତି ଓ କଂଗ୍ରେସ କର୍ମୀ ଶୋଭାଯାତ୍ରା କରିଥିଲେ । ବିକ୍ରମଦେବ କଲେଜରୁ ଶୋଭାଯାତ୍ରା ବାହାରି ସହରପରିକ୍ରମା କରିଥିଲା । ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ ସେମାନେ । ଏ ସଂପର୍କରେ ନିଜ ପ୍ରତିକ୍ରି୍ରୟା ରଖି ନରେନ୍ଦ୍ର କହିଛନ୍ତି, ଲୋକେ ବିଜେଡିର ବିକଳ୍ପ ଖୋଜୁଥିଲେ । ଦୁର୍ନୀତି ଓ ଗୁଣ୍ଡାରାଜ କମାଇ ଲୋକେ ଶାନ୍ତିରେ ରହିବାକୁ ଚାହୁଁଥିଲେ । ତେଣୁ ଏହା ଲୋକଙ୍କ ବିଜୟ । ଆଉ ବିଜୟର ଶ୍ରେୟ ଯାଉଛି ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ । ଆଗାମୀ ଦିନରେ ଜୟପୁରକୁ ଏକ ଗ୍ରୀନ୍ ଓ କ୍ଲିନ୍ ସିଟିରେ ପରିଣତ କରାଯିବ । ସବୁ ଜଳାଶୟର ଉନ୍ନତି କରାଯିବ । ଆଉ ଲୋକେ ଯେମିତି କାର୍ଯ୍ୟାଳୟରେ ପହଞ୍ଚି ସମସ୍ୟା ଭୋଗୁଥିଲେ ସେଥିରେ ପୂର୍ଣ୍ଣଛେଦ ପଡ଼ିବ । ଲୋକଙ୍କୁ ନିଜ ଘର ଦୁଆରରେ ଯେମିତି ସେବା ମିଳିପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons